Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Inspirational

4  

Hrushikesh Satpathy

Inspirational

ନମ୍ର ନିବେଦନ

ନମ୍ର ନିବେଦନ

1 min
41


ଈଶ୍ୱରୀ ମୁଁ ବି  ଈଶ୍ୱର-ପ୍ରୟାସିନୀ

      ଈଶ୍ୱର କଳ୍ପନା

      ମୋ'ପ୍ରିୟ ବ୍ରତ ।


ନିତ୍ୟ ଉପବାସେ ମୋ' ଅଗଣା ହସେ

      ବୈଦିକ ଭାବନା

       ସଦା ପ୍ରତୀତ ।


ଆର୍ଯ୍ୟାବର୍ତ୍ତ ଶ୍ରୁତି  ପଠନେ ମୁକତି

      ଓଁ କାର ସ୍ମରଣେ

       ପାଏ ମୁଁ ଶାନ୍ତି ।


ଶାନ୍ତିରେ ଶାନ୍ତିରେ ସଂସ୍କାର ସଜାଡ଼ି

      ନୀତିରେ ନୀତିକୁ

      ଆଣେ ସାଉଁଟି ।


ଓଡିଶା ମାଟିର  ଅୟି ସୁଲକ୍ଷଣୀ,

     ବାର ମାସେ ତେର

      ପରବ ଆସେ ।


ପିତୃ ପୁରୁଷଙ୍କ  ଗଢ଼ା ଗହଣା ମୁଁ

     ପତିବ୍ରତା ପଣେ

      ହସାଏ,ହସେ ।


ଫଗୁ ଚତୁର୍ଦ୍ଦଶୀ ଆସେ ହସି ହସି

     ଶିବରାତ୍ରୀ, ଶୁଭ

      ଜାଗର ରାତି ।


ଆସିଛି ଶିବଙ୍କୁ ଦେବି ମୁଁ ସଜେଇ

     ମନର ଦୀପରେ

      ଦେଇ ଆଳତି ।


ଦେବ ଦେବ ସିଏ ଶିବ ମହାଦେବ

      ବରଦାତା,ଦୁଷ୍ଟ

      ସଂହାର କର୍ତ୍ତା ।


ତାଙ୍କରି ମନ୍ଦିରେ ରାତି ଉଜାଗରେ

     ଲଭିବି ତାଙ୍କଠୁ

      ଶାନ୍ତି ବାରତା ।


ମାଟିର ଦୀପରେ ଜାଳିବିନି ଦୀପ

      ମନ ସଳିତାର

      ଦୀପାଳି ଧରି ।


ଭକତି ସମ୍ଭାରେ ଦେବ ଦେବାଳୟ

      ଉଜ୍ଜ୍ୱଳ କରିବି

      ଶିବଙ୍କୁ ସ୍ମରି ।


ପ୍ରତି ବଦଳରେ  ମାଗିବିନି କିଛି

      ନିଜ ପାଇଁ,ନିଜ

      ଲୋକଙ୍କ ପାଇଁ ।


ଜର୍ଜରତା ସବୁ  ଜଗତ ଜଞ୍ଜାଳୁ

      ପାନ କରିଦିଅ

      ଶିବ ଗୋସାଇଁ ।


ଗଙ୍ଗାଙ୍କୁ ଧରିଲ, ଗଙ୍ଗାଧର ହେଲ

     ବିଷପାନେ ସାଜିଲ

       ନୀଳକଣ୍ଠ !


ଜଗତଯାକର  ଯନ୍ତ୍ରଣା ସମ୍ଭାଳି

     ଭାରସାମ୍ୟେ ତୁମେ

      ପ୍ରୀତ ଆକଣ୍ଠ ।


କାତ୍ୟାୟନୀ ହେଉ,ଦୁର୍ଗା ଅବା ସତୀ

     କେତେ ରୂପେ ତୁମ

      ସାଥୀ ପାର୍ବତୀ ।


ଦିଅ ମୋତେ ସେଇ ଶକ୍ତିର ଆଧାର

     ସଂସାର ସଂସ୍କାରେ

     ହେବି ମୁଁ ବ୍ରତୀ ।


ସମାଜ ସଂସ୍କାରେ ନାରୀର ପ୍ରାଧାନ୍ୟ

     ତୁମ ଦେଉଳରୁ

      ଚିରାଚରିତ ।


କରିଦିଅ ମୋତେ  ଶକ୍ତି ସ୍ୱରୂପିଣୀ

      ରଚିବି ସମାଜ

      ପୁନଃ ସଂସ୍କୃତ ।


ଶକ୍ତି ସ୍ୱରୂପିଣୀ   ଧର୍ମ ସଂରକ୍ଷଣୀ 

     ସୌନ୍ଦର୍ଯ୍ୟ ବୋଧର

      ପ୍ରତୀକ କର ।


ଦୀପାଳି ଜାଳିବି  ନିଜେ ବି ଜଳିବି

      ରଚିବି ସମାଜ

      ଶ୍ରୀ ଶୁଭଙ୍କର ।


Rate this content
Log in

Similar oriya poem from Inspirational