STORYMIRROR

Dr.Sashi Bhushan Mohapatra

Inspirational

4  

Dr.Sashi Bhushan Mohapatra

Inspirational

ଆକର୍ଷଣ

ଆକର୍ଷଣ

1 min
58


କ୍ଷୀଣ ହୁଏ ଆଖିର ଜ୍ୟୋତି

ବହଳ ଅନ୍ଧାର ଆଗରେ ବେଶି

ଦେଖାଯାଉ ନାହିଁ ଆଗରେ କିଛି

ମୁଁ ଚାଲିଛି ମୋ ରାସ୍ତାରେ

ମୋତେ ଜଣା ନାହିଁ ଠିକଣା କେଉଁଠି?


ମୁଁ ଏବେ ମୁକ୍ତ ବିହଙ୍ଗ

ସମୟର ପଞୁରିରୁ ବାହାରି

ଖଣ୍ଡିଉଡା ଦେଉଛି,

ଅନ୍ଧାରର ପେଟ ଚିରି

ଆଲୋକର ରାସ୍ତା ଖୋଜୁଛି।


ଏପଟେ ଟାଣୁଛି ସଂସାର

ବେକରେ ଦଉଡି ଲଗାଇ,

ସେପଟେ ସୁନ୍ଦର ଚର୍ମର ଦେହକୁ

ମୃତ୍ୟୁ ହାତଠାରି ଡାକୁଛି।

ବହୁ ଅାକର୍ଷଣ ରହିଛି ଏଠି

ଏଡାଇବା ଭାରି କଷ୍ଟ 

ଜାଣେନା ଏତେ ମୋହ ଆସୁଛି କାହିଁକି ?


ନଈଟିଏ ପରି ସାଗରେ ମିଶିବା ପାଇଁ 

ମୁଁ ମୋ ବାଟରେ ଧାଇଁଛି,

ମୁଁ ତ ତୁମକୁ ଡାକୁଛି

ତୁମେ କାହିଁକି ପରୀକ୍ଷା କରୁଛ ମୋତେ

ମୁଁ ବା କି ପାପ କରିଛି?


ଏଠାରେ ନିମନ୍ତ୍ରଣ ଅନେକ

ଏସବୁରେ ଆଉ ନାହିଁ ମନ,

ମୁଁ ଏବେ ନିଜକୁ ସଙ୍ଗରୋଧ କରି

ଜୀବନର ଦୀପ ଜାଳି

ତୁମଠି ହୋଇଛି ଆଶ୍ରିତ।


ଅନ୍ଧାରି ଭାବନା ଆଉ ଘନିଭୂତ ଅନ୍ଧାର

ଏବେ ଘୁନ୍ଚି ଘୁନ୍ଚି ଯାଉଛି

ଆଉ ବେଶି ଅନ୍ଧାର ନାହିଁ 

ଆଲୋକର ପଥ ଏବେ ଦେଖୁଛି

ତୁମରି ମହକ ମୁହୁର୍ମୁହୁ ବାସୁଛି

ସେ ଆକର୍ଷଣ ମୋତେ ତୁମ ପାଖକୁ ଟାଣୁଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational