STORYMIRROR

Pranati Mahapatra

Inspirational

4  

Pranati Mahapatra

Inspirational

ନାଚି ଉଠୁଛି ଏ ମନ

ନାଚି ଉଠୁଛି ଏ ମନ

1 min
66

ନିଶ୍ଵାସ ମୋର ଅଟକି ଗଲା

ବିଶ୍ଵାସ ହରାଇ ନ ଥିଲି,

ଏମିତି ନିଷ୍ପତ୍ତି କେମିତି ବା ହେଲା

ଖାଲି ଘୁଣି ହେଉଥିଲି।


ତୁ ନ ଆସିଲେ ବଡ଼ଦାଣ୍ଡେ ଥରେ

ତିନିଲୋକ ହେବ ଅଶାନ୍ତ,

କୋଟି କୋଟି ନୟନରୁ ବହିବ

 ଲୋତକ ଉତ୍ତପ୍ତ।


ଦୂରୁ ଥାଇ ଆମକୁ ତୁ ଦେଖୁଥିବୁ

ଘରେ ରହି ତୋତେ ଆମେ,

ସାମାଜିକ ଦୂରତା ଭିତରେ ଥିଲେ

ଶାନ୍ତିରେ ରହିବା ଆମେ।


ମନ ବଡ଼ଦାଣ୍ଡେ ନନ୍ଦିଘୋଷ ରଥେ

ବସିଛୁ କଳାବାମନ,

ତୋ ଅପୂର୍ବ ରୂପ ଦେଖି ଆତ୍ମତୃପ୍ତି

ଆଜି ନାଚି ଉଠୁଛି ମୋ ମନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational