STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ମାୟାଧର ନିଅ ଟାଣି

ମାୟାଧର ନିଅ ଟାଣି

1 min
310


ତୁମ ଭାବେ ଭାବେ ମୁହିଁ 

      ଭାବୁଛି କାହିଁ

ସେ ପ୍ରେମ ପ୍ରେମେ ମଗନ 

       ହେଉଛି ବାଇ


ଦେଖୁଥିଲି ଦେଖୁଛି ମୁଁ 

     ଦେଖୁଥିବି ତୋତେ

ନୀରବେ ନୀରବ ରହି 

      ନୀରବିଲୁ ସତେ


କହୁଥିଲେ କହୁଥିଲୁ 

       କହନ୍ତି ସଭିଏଁ

ମାୟାଧର ମାୟାଜାଲେ

      ମାୟା କଲୁ ମୋତେ


ମୋ ନୟନେ ନୟନ ତୋ

      ପାରୁନୁ ମିଶାଇ

ଗୋପନେ ଗୋପନ ହୋଇ

       ରହୁ ଗୋପ୍ୟ ହୋଇ


ମୁଁ ଜାଣେ ତୁ ମୋର କଥା

          ନିତି ନିତି ଭାବୁ,

ଶୟନେ ସପନେ କିଆଁ

       ମୋତେ ପ୍ରବୋଧିବୁ।


ଯେତେ ଦୂରେ ଥିଲେ ବି ତୁ 

         ତୋ ସପନେ ମୁଁ,

ଦର୍ଶନ ନ ଦେଲେ ବି ମୋ

         ସପନରେ ତୁ।


ଏଥର ଡୋରି ଲଗେଇ 

     ତୋ ପାଖକୁ ନେ,

ବାସଚନ୍ଦନ ବୋଳିବି 

     ଦେଇଛୁ ସପନେ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational