STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ପୌରୁଷତ୍ଵ

ପୌରୁଷତ୍ଵ

1 min
177

ଶାରୀରିକ ମାନସିକ ଶକ୍ତିର ଉତ୍ସ ରୂପେ

ସଂସାରର ମଙ୍ଗଳ ଅର୍ଥେ ଯା' ଉଦ୍ଦିଷ୍ଟ

ହୋଇଥାଏ ପୁରୁଷର ନିକଟେ

ତାର ସାମର୍ଥ୍ୟତା ହିଁ ପୌରୁଷତ୍ଵ 

ଅନ୍ତର୍ନିହିତ ସୁଗୁଣାବଳୀର କ୍ରମ ବିକାଶେ

ସୁବିନିଯୋଗ କରି ସୃଷ୍ଟି ସୁରକ୍ଷା କରିବା

ହେଉଛି ତାର ବିଶେଷ ମହତ୍ଵ।

ପ୍ରକୃତି ପୁରୁଷ ସଂସାର ବୃକ୍ଷର ଦୁଇ ଡାଳ

ସମନ୍ଵୟତାରେ ପ୍ରସାରିତ କରିଥାନ୍ତି

ଶାଖା ପ୍ରଶାଖାରୁ ପତ୍ର ଫୁଲ ଫଳ 

ସତ୍ କର୍ମକୁ ପାଥେୟ କରି 

ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପୂରଣ ପାଇଁ ଥାନ୍ତି ରତ

ଭ୍ରୂକ୍ଷେପ ନ କରି ପ୍ରତିରୋଧର ପ୍ରତିକୂଳ।

ଜୀବନ ଯାତ୍ରାରେ ଆଗେଇ ଯିବା ଆଗକୁ

ହେଉଛି ପୌରୁଷତ୍ଵର ଲକ୍ଷଣ

ଧୈର୍ଯ୍ୟ ସାହସର ସେ ଅନନ୍ୟ ବୀରତ୍ଵ 

ପଛଘୁଞ୍ଚା ଅବା ପ୍ରାଣର ଆତଙ୍କ

କେବେ ନଥାଏ ତାର ଚିନ୍ତା ଚେତନାରେ

ପରିଚୟକୁ ପ୍ରମାଣ କରିବା ତା' କୃତିତ୍ୱ।

ସାଧାରଣ ଅର୍ଥରେ ବୁଝାଯାଏ 

ଯୌନଶକ୍ତିର ସାମର୍ଥ୍ୟ ହେଉଛି ପୌରୁଷତ୍ଵ

ସଂସାର ବାନ୍ଧିବାର ଐଶ୍ଵରିକ ବରଦାନ 

ବ୍ୟାପକତାରେ ସେ ସୃଷ୍ଟି ସ୍ଥିତି ସଂହାରରେ

ଏକବ୍ରହ୍ମର ମହାଅଂଶ ବିଶେଷ

ଶରୀର ରୂପକ ପୁରରେ କରିଥାଏ ଅବସ୍ଥାନ।

ପୌରୁଷ ପଣିଆଁର ମନୋଭାବ

ସଦା ହୋଇଥାଏ ଗଠନାତ୍ମକ ଅସ୍ତିବାଚକ

ସଂଘର୍ଷରେ ହିଁ ତାର ଜୀବନ ଗଢେ 

ଅଦମ୍ୟ ଉତ୍ସାହ ଉଦ୍ଦିପନାର ସହିତ ସେ

ଶ୍ରମ ସାଧନରେ ରହିଥାଏ ଚଳଚଞ୍ଚଳ

ସଫଳତାର ସୋପାନ ଦେଇ ଶୀର୍ଷକୁ ଚଢେ।

ପୌରୁଷତ୍ଵର ଅଭାବ ହୁଏ ଯେବେ

ଘଟି ଆସେ ଘୋର ବିପର୍ଯ୍ୟୟ

ସୃଷ୍ଟିର ସୁରକ୍ଷା ପାଇଁ ସେ ହୁଏ ଅକ୍ଷମ 

ହୀନମନ୍ୟତାରେ ଭାଙ୍ଗି ପଡେ ତା' ହୃଦୟ

ଆଶା ଆକାଂକ୍ଷା ହୁଏ ଧୂଳିସାତ୍

ବ୍ୟର୍ଥ ବୋଲି ଭାବିନିଏ ସେ ମଣିଷ ଜନମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational