ଅହଂକାର
ଅହଂକାର


ମିଛ ଅହଙ୍କାରେ ଥିଲା ଏକ ପୁରୁଷ
ନାମ ବହିଥିଲା ଧରାରେ ସେ କଂସ
ପ୍ରଭୁଙ୍କୁ ବି କରିବାକୁ ସେ ନିହତ
ଚେଷ୍ଟା କରିଥିଲା ନିରନ୍ତର ଅବିରତ ।
ରାବଣ ଭଳି ବି ଥିଲା ଏକ ଅହଙ୍କାରୀ
ମାତା ସୀତାଙ୍କୁ ଛଳରେ କରିଥିଲା ଚୋରି
ପ୍ରଭୁ ଶ୍ରୀରାମଙ୍କ ସହ ଥିଲା ଯୁଦ୍ଧ କରି
ଶେଷ ପରିଣତି ଯାହା ଅଛପା କାହାରି ।
ମାନୀ ଦୁର୍ଯ୍ୟୋଧନ ନାମେ ପ୍ରତାପୀ ଅହଙ୍କାରୀ
ଅନ୍ଧ ପୁତ୍ର ଅନ୍ଧ ଥିଲା ପାଞ୍ଚାଳୀର ବାଣୀ
ଅହଙ୍କାରେ କନିଷ୍ଠ ଭ୍ରାତକୁ ଯେ ଆଦେଶ
ହରଣ କର ତା ବସ୍ତ୍ର ଟାଣି ନାରୀ କେଶ ।
ଶେଷ ପରିଣତି ନୟନ ପୁରାଇ ଦେଖ
ତେବେ ହେଜିବରେ ମନ ନ ହୋଇ ବିମୁଖ
ଏ ଧରାକୁ ଦି ଦିନର ଅତିଥି ଯେ ହୋଇ
କାହିଁକି ରେ ମନ କରୁ ଏତେ ତୁ ବଡେଇ
ମମତା ବନ୍ଧନେ ବାନ୍ଧି କଲେ ଆପଣାର
ଏ ଜଗତ ନିଶ୍ଚେ ତୋତେ କରିବ ନିଜର ।।
ମୋର ମୋର କହି ଯେତେ ଆବୋରିଛୁ ତୁହି
ଶୂନ୍ୟ ହୋଇ ଆସିଥିଲୁ ଯିବୁ ଶୂନ୍ୟ ହୋଇ
ଯିବାବେଳେ ନେବାକୁ ତ ପୁଞ୍ଜି କିଛି ନାହିଁ
ପାରୁଛୁ ଯଦିରେ ମନ ନାମ ପୁଞ୍ଜି ବୋହି ।।