STORYMIRROR

Kalandi pal

Inspirational

3  

Kalandi pal

Inspirational

ହୋଲି

ହୋଲି

1 min
197

ରକ୍ଷଣଶୀଳତା ଭାତୃତ୍ୱେ ଏକତା

ରଚେ ହିନ୍ଦୁ ପରମ୍ପରା

ରାଜ୍ୟେରାଜ୍ୟେ ସର୍ବେ ପାଳନ୍ତି ଗୌରବେ

ରଙ୍ଗୋଲି ରଙ୍ଗ ପସରା ।।


ରଙ୍ଗର ରଙ୍ଗୋଲି ପରବଟି ହୋଲି

ରଙ୍ଗେଇ ରୂପସୀ ରାଧା

ରମଣୀ ରତନ କୃଷ୍ଣ ପ୍ରାଣ ଧନ

ରମଣେ ମଣିଲେ ଅଧା ।।


ରଙ୍ଗ ରସିଆ ସେ ରଙ୍ଗେ ମନ ତୋଷେ

ରଞ୍ଜେଇ ଗୋପର ବାଳୀ

ରଙ୍କ ରତନ ସେ ଯଶୋଦା ମାଆର

ରଙ୍ଗେ କରୁଥିଲେ କେଳି ।।


ରଙ୍ଗ ଅଧରରେ ବଇଁଶୀର ସ୍ଵରେ

ରଙ୍ଗିଲା ରାଗେ ରବଣ

ରହି ପାରନ୍ତିନି ଗୋପେ ଗୋପାଙ୍ଗିନୀ

ରତ୍ନାକରେ ନଦୀ ପ୍ରାଣ ।।


ରଚିଲେ ମାନବେ ହୋଲି ପର୍ବ ଭବେ

ରଙ୍ଗେଇ ରଙ୍ଗ ଅବିର

ରଙ୍ଗରେ ରଙ୍ଗରେ ସାତ ରଙ୍ଗ ଭରେ

ରଟନ ଭାଇ ଚାରାର ।।


ରତ ରତ ହୋଇ ରବି ବିରାଜଇ

ଋତୁ ଯେ ଯାଏ ବଦଳି

ରୂପ ରେଖ ହଜେ ଗ୍ରୀଷମ ବିରାଜେ

ରୋଷେ ଚର୍ମ ରୋଗ ଧରି ।।


ରଚେ ପ୍ରତିକାର ସେ ରଙ୍ଗ ଅବିର

ରକ୍ଷା କରେ ଚର୍ମ ରୋଗୁଁ

ରହିଅଛି ପ୍ରଥା ହିନ୍ଦୁ ଧର୍ମ ଗାଥା

ଋତୁ ବଦଳିବା ଆଗୁଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational