ମଳୟ ପରଶେ ବସନ୍ତ ଛିଟା
ମଳୟ ପରଶେ ବସନ୍ତ ଛିଟା
ଶୀତ ଋତୁ ଶେଷ ବସନ୍ତ ପ୍ରବେଶ
ମଳୟ ପବନ ଆଣି
ଚଉଦିଗ ବାସେ ମଳୟ ସୁବାସେ
ବସନ୍ତ ମନକୁ ଜିଣି ll
ବସନ୍ତ ସ୍ୱାଗତ ଗାଇକି ସଙ୍ଗୀତ
କୋଇଲିର କୁହୁ ତାନ
ବନ ମୁଖରିତ ପ୍ରକୃତି ଶୋଭିତ
ବସନ୍ତର ଆଗମନ ll
କେତକୀ କୁସୁମ ମଲ୍ଲୀର ସୁଗନ୍ଧ
ମଧୁ ମାଳତୀର ଶୋଭା
କୃଷ୍ଣ ଚୁଡା ନାଲି ପଳାଶ ରଙ୍ଗିନ
ଝଲସୁଛି ପାଇ ଆଭା ll
ଆମ୍ବର ସୁଆଦ ବରକୋଳି ସ୍ୱାଦ
ବୃକ୍ଷରାଜି ପଲ୍ଲବିତ
ପିନ୍ଧି ନବ ବସ୍ତ୍ର ବସନ୍ତ ଆଗତ
ପ୍ରକୃତି ଦୃଶ୍ୟ ମୋହିତ ll
ଦୋଳେ ରାଧାକୃଷ୍ଣ ଗ୍ରାମେ ହରେ କୃଷ୍ଣ
ପଡିଆ ଯାତ୍ରା ମେଳଣ
ଭଗବତ ପ୍ରେମ ରାଧାକୃଷ୍ଣ ପ୍ରେମ
ଝୁମିକି ଦେଖୁ ଝୁଲଣ ll
ରଙ୍ଗ ହୋଲି ଖେଳ ପ୍ରେମେ ଫଗୁ ଖେଳ
ତୁଟାଇ ମନର ଭୋକ
ଏକତା ପରଶେ ଭାତୃତ୍ୱ ବିରାଜେ
ଭୁଲିଯାଉ ଦୁଃଖ ଶୋକ ll
ସମୟ ବସନ୍ତ ସରସ ଜୀବନ
ଋତୁରାଜ ତାର ନାମ
ଭାସ୍କର ନରମ ଶୀତଯେ ଗମନ
ପାଣିପାଗ ମନୋରମ ll
ବରଦା ପ୍ରସନ୍ନ ଶିବ ଜାଗରଣ
ହରଷେ ଧରିତ୍ରୀ ମନ
ଜୀବଜନ୍ତୁ ନର ଉଲ୍ଲାସ ବିଭୋର
ମଳୟ ପରଶେ ଜାଣ ll
