STORYMIRROR

Nrusingha Narayan Tripathy

Inspirational

3  

Nrusingha Narayan Tripathy

Inspirational

ମଳୟ ପରଶେ ବସନ୍ତ ଛିଟା

ମଳୟ ପରଶେ ବସନ୍ତ ଛିଟା

1 min
211

ଶୀତ ଋତୁ ଶେଷ ବସନ୍ତ ପ୍ରବେଶ

  ମଳୟ ପବନ ଆଣି

ଚଉଦିଗ ବାସେ ମଳୟ ସୁବାସେ

  ବସନ୍ତ ମନକୁ ଜିଣି ll


ବସନ୍ତ ସ୍ୱାଗତ ଗାଇକି ସଙ୍ଗୀତ  

  କୋଇଲିର କୁହୁ ତାନ

ବନ ମୁଖରିତ ପ୍ରକୃତି ଶୋଭିତ

  ବସନ୍ତର ଆଗମନ ll


କେତକୀ କୁସୁମ ମଲ୍ଲୀର ସୁଗନ୍ଧ

  ମଧୁ ମାଳତୀର ଶୋଭା

କୃଷ୍ଣ ଚୁଡା ନାଲି ପଳାଶ ରଙ୍ଗିନ

  ଝଲସୁଛି ପାଇ ଆଭା ll


ଆମ୍ବର ସୁଆଦ ବରକୋଳି ସ୍ୱାଦ

  ବୃକ୍ଷରାଜି ପଲ୍ଲବିତ

ପିନ୍ଧି ନବ ବସ୍ତ୍ର ବସନ୍ତ ଆଗତ

  ପ୍ରକୃତି ଦୃଶ୍ୟ ମୋହିତ ll


ଦୋଳେ ରାଧାକୃଷ୍ଣ ଗ୍ରାମେ ହରେ କୃଷ୍ଣ

   ପଡିଆ ଯାତ୍ରା ମେଳଣ 

ଭଗବତ ପ୍ରେମ ରାଧାକୃଷ୍ଣ ପ୍ରେମ

   ଝୁମିକି ଦେଖୁ ଝୁଲଣ ll


ରଙ୍ଗ ହୋଲି ଖେଳ ପ୍ରେମେ ଫଗୁ ଖେଳ

   ତୁଟାଇ ମନର ଭୋକ 

ଏକତା ପରଶେ ଭାତୃତ୍ୱ ବିରାଜେ

   ଭୁଲିଯାଉ ଦୁଃଖ ଶୋକ ll


ସମୟ ବସନ୍ତ ସରସ ଜୀବନ

  ଋତୁରାଜ ତାର ନାମ 

ଭାସ୍କର ନରମ ଶୀତଯେ ଗମନ

  ପାଣିପାଗ ମନୋରମ ll


ବରଦା ପ୍ରସନ୍ନ ଶିବ ଜାଗରଣ

  ହରଷେ ଧରିତ୍ରୀ ମନ

ଜୀବଜନ୍ତୁ ନର ଉଲ୍ଲାସ ବିଭୋର

   ମଳୟ ପରଶେ ଜାଣ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational