Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

ଆମ ଦୋଳଗୋବିନ୍ଦ

ଆମ ଦୋଳଗୋବିନ୍ଦ

1 min
183


ଆସ ହେ ଦୋଳ ଗୋବିନ୍ଦ ଫୁଲରେ ଦେବି ସଜାଇ

ଆମ୍ବ ସାକାର ମହୁଲ ଭୋଗକୁ ଦେବି ଲଗାଇ


ପଦ୍ମ ଚିତା ଆଙ୍କି ଦେଲି ଦାଣ୍ଡ ଦୁଆରେ ମୋର

ଧୂପ ଦୀପ ଜାଳି ଦେଲି ବାସୁଛି

        ଘର ଦୁଆର


ଆସ ହେ ଦୋଳ ଗୋବିନ୍ଦ ବିମାନରେ ବିଜେ ହୋଇ

ଆସିଛି ଫଗୁଣ ପୁଣି ସାତ ରଙ୍ଗ ସାଥେ ନେଇ


ତୁମରି ଦର୍ଶନ ଯେବେ ଏ ଜୀବ କରିବ

ସକଳ ପାତକରୁ ମୁକତି ସେ ଲଭିବ


ଆସ ହେ ଦୋଳଗୋବିନ୍ଦ ରାଧାଙ୍କୁ ସାଥିରେ ନେଇ

ଶ୍ରୀ ଅଙ୍ଗେ ତୁମର ଫଗୁ ପ୍ରେମରେ ଦେବି ଲଗାଇ


ବରଷକେ ଥରେ ତୁମ ଯାତରା ହୋଇବ

ପ୍ରତି ଘରକୁ ଯାଇ ଭକତ ମନ ବୁଝିବ


ଆସ ହେ ଦୋଳଗୋବିନ୍ଦ ମୁରଲୀ ହାତେ ବଜାଇ

କରୁଣା ବରଷୁ ଥିବ ଶରଣକୁ ତୁମ ନେଇ



Rate this content
Log in