STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ପଣା ସଂକ୍ରାନ୍ତିର ମହତ୍ତ୍ବ

ପଣା ସଂକ୍ରାନ୍ତିର ମହତ୍ତ୍ବ

1 min
25


ଆସ ରେ ଭାଇ ପଣା ସଂକ୍ରାନ୍ତି 

      ପରଵ ପାଳନ କରିବା

ଗାଁ ଗାଁ ରେ ପଣା ପ୍ରପାନକ

       ସଭିଙ୍କୁ ବଣ୍ଟନ କରିବା

ନବାତ ପଣା ଭାରି ସୁଆଦିଆ

        ଦେହ ପାଇଁ ହିତକର

ଖରା ଦିନେ ଆସ ପିଇବା

      ଜଳରେ ତୃପ୍ତ ହେବ ଶରୀର

ଛେନା ଗୋଲ ମରିଚ କଦଳୀ

       ମିଶାଇ କରି ବାଣ୍ଟିବା ପଣା

ଆସିବେ କେତେ ଭକ୍ତ ସାଧୁ

  ପିଇବେ ସର୍ବେ ନ କରି ମନ ଉଣା

ଦେବାଳୟ ରେ ପଣା ଠାକୁର ଙ୍କୁ

       ଲାଗି ହୋଇ ବଣ୍ଟା ଯିବ

ପ୍ରସାଦ ରୂପେ ପାନ କରି ପଣା

        ମନ ଦୁଃଖ ସବୁ ଭୁଲିବ

ରାସ୍ତା ଘାଟ ରେ କିଏ ପାଣି ପଣା

        ଯାଚି ଯାଚି ପିଆଉ ଥିବ

ଧର୍ମ ଏ ମାସରେ ଜଳ ଦାନ ଦେଇ

      ଗ୍ରୀଷ୍ମ ତାପ ରୁ ରକ୍ଷା କରିବ

ଆସ ଭାଇ ଆମେ ପଣା ସଂକ୍ରାନ୍ତିରେ

      ଘରେ ଘରେ ପଣା କରି ପିଇବା

ବର୍ଷକେ ଥରେ ଏହି ପର୍ବ ଆମେ 

       ପଣା ସାଥେ ବିତାଇ ଦେବା



Rate this content
Log in

Similar oriya poem from Inspirational