ପାପ
ପାପ
ପାପ ପୂଣ୍ୟ ଦୁଇ ପଥ ପଡିଛି
ସଂସାର ସାଗରେ ଭାଇ
ଯିଏ ଯେଉଁ ବାଟରେ ଯିବ
ତୁମ ଆଖି ଥିବ ସାକ୍ଷୀ ହୋଇ
ମନ ଆମ ଏକାଦଶ ଇନ୍ଦ୍ରିୟ
ପାପ ଆମ ସାଇତି ରଖେ
ଆଖି ଓ କାନ ପାପର ଦ୍ୱାର
ପାପ ସେଇ ବାଟେ ପଶେ
ଇଚ୍ଛା ଥାଉ କି ନ ଥାଉ ଆମର
ପାପ କରିବାକୁ ମନ କୁହେ
ଚୋରି ହେଉ ଅବା ବ୍ୟଭିଚାର
ସବୁ କିଛି ପାପ ବୋଲାଏ
ପାପ ଅର୍ଜନ ରେ ଦଣ୍ଡ ବି ପାଇବା
ଏଇ ତ ଵିଧିର ବିଧାନ
ସ୍ୱର୍ଗ ମିଳିବ କି ନର୍କ ମିଳିବ ଆମକୁ
ବିଚାର କରେନା ମନ
ମିଛ କହିବାକୁ ଲାଞ୍ଚ ନେବାକୁ ମଣିଷ
ପଛକୁ ଫେରି ନ ଥାଏ
ଯେତେ ଭ୍ରଷ୍ଟାଚ଼ାର ଦୁରଚାର କରି
ପାପ ସାମ୍ରାଜ୍ୟ ବଢ଼ି ଯାଏ
ପର ନିନ୍ଦା କରି ଜୀବ ହିଂସା କରି
କେତେ ନିରୀହ ଙ୍କ ଜୀବନ ଯାଏ
ସାଧୁ ସନ୍ଥ ଙ୍କୁ କଷ୍ଟ ଯାତନା ଦେଇ
ପାପ ଉର୍ଦ୍ଧଗାମି ହୁଏ
ଘରେ ଘରେ ନିଜ ଲୋକ ଶତ୍ରୁ
ସାଜି ନିର୍ଯାତନା ଦେଉ ଥାଏ
ମିଠା କଥାକୁ କହି ବିଷ ଦେଇ
ପାପ ସୀମା ଲଘଂନ କରି ଯାଏ
କର୍ମମୟ ଏଇ ଜୀବନ ଭିତରେ
କେତେ ପାପ ହାତରେ ହୁଏ
ଜନ୍ମେ ଜନ୍ମେ ନିଜ ପାପର ଫଳ
ଜୀବାତ୍ମା ଭୋଗୀବାକୁ ଆସି ଥାଏ
ଯେତେ ପାପ ଆମେ କରୁ ଥିବା
ପାପର କଳସି ପୁର୍ଣ ହେଉ ଥିବ
ଅଧର୍ମ ଅନ୍ୟାୟ ବେଶୀ ଦିନ ନୁହେଁ
ପାପ ରୋଗ ଶୋକ ହୋଇ ଦାଉ ସାଧିବ ।