STORYMIRROR

Papu parida

Classics Inspirational Others

3  

Papu parida

Classics Inspirational Others

ଇଛା

ଇଛା

1 min
176

ଇଚ୍ଛା ଆକାଂକ୍ଷା ଅପେକ୍ଷା ଆଶା ଦ୍ୱାରା ମନୁଷ୍ୟ ହୁଏ ଚାଳିତ

କିଏ ଆରେ ତୁ ମଣିଷ ଭାଈ ଇଚ୍ଛା ଦ୍ୱାରା ମୁଁ ସ୍ବୟଂଶାସିତ।


କିଛି ପାଇବାର ସଫଳତା ଓ ନ ପାଇବାର ବିଫଳତା

ଇଚ୍ଛା ଅଟେ ଆମ ପରିଚୟ ଦର୍ଶାଏ ଆମ କାର୍ଯ୍ୟଦକ୍ଷତା।


ଇଚ୍ଛା ମାୟାଜାଲେ ଫସିଣ ତୁହିଁରେ ମରୁଥିବୁ ବାରମ୍ବାର

ବୁଡିଯିବୁ ମଝି ନଈରେ ସିନା ମାରି କି ପାରିବି ଇଚ୍ଛାକୁ ତୋର?


ମୃଗତୃଷ୍ନା ପଛେ ଧାଉଁଥାଏ ମୃଗ ଖାତିର ନ କରି ତାତିକୁ

ସାଜିଣ ସାରଥୀ ଦୌଡାଏ ଇଚ୍ଛା ସମ୍ପୂର୍ଣ୍ଣ ମନୁଷ୍ୟ ଜାତିକୁ।


କେବେ ସାଜିଛି ସେ ଧ୍ବଂସର କାରଣ କେବେ ନିର୍ମାଣର ସାଥି

ହଁ ଆଣିପାରେ ସେ ଖୁସିର ଲହରୀ ଦୁଃଖ ଅନ୍ଧକାର ରାତି।


ଇଚ୍ଛା ଯେବେ ହୁଏ ଅସମ୍ପୂର୍ଣ୍ଣ ପ୍ରାୟ ଭାଙ୍ଗେ ଜ୍ଞାନ ହାଣ୍ଡି ଭାଈ

ମଣିଷ ହୃଦୟେ ଜ୍ଞାନର ପ୍ରବେଶ ଇଚ୍ଛା ହିଁ ଦିଏ କରାଇ।


ଇଚ୍ଛା ସାଧିଛି କେତେ ମହତକର୍ମ ମିଳିଛି ଜ୍ଞାନ ଖଦାନ

ସମାଜ ନିର୍ମାଣ ସୃଷ୍ଟି ସନ୍ତୁଳନ ଅଟେ ପରା ତା ଅବଦାନ।


ଇଚ୍ଛାକୁ ପାରିଲେ ନିୟନ୍ତ୍ରିତ କରି ପାରିଲେ କରି ହେ ଥୟ

ଜ୍ଞାନର ମହକ ଖେଳିବ ହେବୁ ଜୀବନ ଯୁଦ୍ଧରେ ବିଜୟ।


ପପୁ ପରିଡା

ରାଳବ,ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics