STORYMIRROR

Antaryami Sahu

Classics Inspirational

3  

Antaryami Sahu

Classics Inspirational

ଅଭୂଲା ସ୍ୱପ୍ନ

ଅଭୂଲା ସ୍ୱପ୍ନ

1 min
226


କାହ୍ନୁ ପ୍ରେମେହେଲି ବାଇଗୋ ସଜନୀ

          କାହ୍ନୁ ପ୍ରେମେହେଲି ବାଇ ।

ତା ମୂରଳୀ ସ୍ଵନ କଲାକି ମନ୍ତର

ଚିତ୍ତ ମୋର ସ୍ତିର ନାହିଁ ଗୋ ସଜନୀ ।

କାହ୍ନୁ ପ୍ରେମେହେଲି ବାଇ ।୧ ।


ସପନେ ଦେଖିଲି ମୟୂର ଚୁଳିଆ

      ଚିତ୍ତ ଚୋରା ଗୋପୀନାଥ ,

ରାସରେ ଶ୍ରୀହରିଭାବ ବିନୋଦିଆ

       ଚୁମ୍ବ ଦେଲେ ମୋର ମାଥ ।

ବାହୁ ବନ୍ଧନରେ ବାନ୍ଧିନେଲେ ଥରେ

ବାୟାଣୀ ମୁଁ ତାଙ୍କ ପାଇଁ ଗୋ ସଜନୀ ।

କାହ୍ନୁ ପ୍ରେମେହେଲି ବାଇ । ୨।


ବିଧିର ବିଧାନ ଅଟଇ ବିଚିତ୍ର

      ଛାଡ଼ିଗଲେ ଗିରିଧାରୀ ,

ବାହୁନି ବାହୁନି ଝୁରେ ରାତି ଦିନ

       ମନକରିନେଲେ ଚୋରୀ ।

ସବୁ ସପନତ ସତ ହୁଏ ନାହିଁ 

ଶ୍ୟାମ ମୁଁ ପାଇବି କାହିଁ ଗୋସଜନୀ ।

କାହ୍ନୁ ପ୍ରେମେହେଲି ବାଇ ।୩ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics