Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Antaryami Sahu

Classics Inspirational

3  

Antaryami Sahu

Classics Inspirational

ଅଭୂଲା ସ୍ୱପ୍ନ

ଅଭୂଲା ସ୍ୱପ୍ନ

1 min
225



କାହ୍ନୁ ପ୍ରେମେହେଲି ବାଇଗୋ ସଜନୀ

          କାହ୍ନୁ ପ୍ରେମେହେଲି ବାଇ ।

ତା ମୂରଳୀ ସ୍ଵନ କଲାକି ମନ୍ତର

ଚିତ୍ତ ମୋର ସ୍ତିର ନାହିଁ ଗୋ ସଜନୀ ।

କାହ୍ନୁ ପ୍ରେମେହେଲି ବାଇ ।୧ ।


ସପନେ ଦେଖିଲି ମୟୂର ଚୁଳିଆ

      ଚିତ୍ତ ଚୋରା ଗୋପୀନାଥ ,

ରାସରେ ଶ୍ରୀହରିଭାବ ବିନୋଦିଆ

       ଚୁମ୍ବ ଦେଲେ ମୋର ମାଥ ।

ବାହୁ ବନ୍ଧନରେ ବାନ୍ଧିନେଲେ ଥରେ

ବାୟାଣୀ ମୁଁ ତାଙ୍କ ପାଇଁ ଗୋ ସଜନୀ ।

କାହ୍ନୁ ପ୍ରେମେହେଲି ବାଇ । ୨।


ବିଧିର ବିଧାନ ଅଟଇ ବିଚିତ୍ର

      ଛାଡ଼ିଗଲେ ଗିରିଧାରୀ ,

ବାହୁନି ବାହୁନି ଝୁରେ ରାତି ଦିନ

       ମନକରିନେଲେ ଚୋରୀ ।

ସବୁ ସପନତ ସତ ହୁଏ ନାହିଁ 

ଶ୍ୟାମ ମୁଁ ପାଇବି କାହିଁ ଗୋସଜନୀ ।

କାହ୍ନୁ ପ୍ରେମେହେଲି ବାଇ ।୩ ।



Rate this content
Log in

Similar oriya poem from Classics