ଆମ ଉତ୍କଳ
ଆମ ଉତ୍କଳ
ମୋ ଜୀବନ ଧନ୍ୟ ହୋଇଛି
ଏଇ ପୁଣ୍ୟ ଭୂମି ଉତ୍କଳରେ
ମୁ ଜନ୍ମ ନେଇଛି
ଏଇ ସେ ଧର୍ମ ର ଭୂମି ଉତ୍କଳ
ଯହିଁ ଅଛି ମୋର ଶ୍ରୀ ନୀଳାଚଳ
ମହାନଦୀ ଯାର ପାଦ ଧୋଇ ଦିଏ
କୋଣାର୍କ ସାରା ବିଶ୍ୱରେ ଶୋଭା ପାଏ
ଅଶୋକ ଯେଉଁଠି ଚଣ୍ଡା ଶୋକରୁ ଧର୍ମା ଶୋକ ହୋଇ ଥିଲେ
ବୌଦ୍ଧ ଧର୍ମ କୁ ନେଇ ପ୍ରସିଦ୍ଧ ହୋଇଲେ
ଆମ ଉତ୍କଳର ଓଡ଼ିଆ ଭାଷା ପାଇଁ
ସଂଗ୍ରାମ ଚାଲି ଥିଲା
ମଧୁ ବାବୁ ଙ୍କ ପରି ବୀର ଙ୍କ ପାଇଁ
ଓଡ଼ିଆ ରାଜ୍ୟ ହୋଇଲା
ଗୋପବନ୍ଧୁ ଏଇ ମାଟିର ଦରଦୀ ବନ୍ଧୁ
ସାଜି ଥିଲେ
ବନ୍ୟା ଦାଉରୁ ରକ୍ଷା କରି କେତେ ନିରୀହ ଙ୍କ ପ୍ରାଣ ରଖିଲେ
କଟକ ଓଡ଼ିଆ ବଜାର ରେ ଜନ୍ମ ନେଇ ଥିଲେ ସୁବାସ ବୋଷ
ଆମ ଦେଶ ପାଇଁ ଲଢ଼ି ସେ ଦେଖାଇ ଗଲେ ଏଇ ମାଟିର ଆଦର୍ଶ
କାନ୍ତ କବି ଲକ୍ଷ୍ମୀ କାନ୍ତ ଏଇ ଉତ୍କଳ ସନ୍ତାନ ହୋଇ ଆସିଲେ
ଲେଖି ଗଲେ ବନ୍ଦେ ଉତ୍କଳ ଜନନୀ ପ୍ରତି ହୃଦୟେ ସ୍ଥାନ ପାଇଲେ
ଆମରି ଭାଷା ଏବେ ଶାସ୍ତ୍ରୀୟ ମାନ୍ୟତା ପାଇଛି
ସାରା ଦେଶରେ ଆମ ଭାଷା ର ଗୌରବ ରହିଛି
ବାର ମାସରେ ଚାଲେ ଏଠି ତେର ଯାତରା
ଆମ ସଂସ୍କୃତି ଭାଇ ନିଆରା କେତେ ଅଛି ତାର ପରମ୍ପରା
ଆମ ଓଡିଶୀ ସମ୍ବଳ ପୁରୀ ନୃତ୍ୟ ସାରା ବିଶ୍ୱ ରେ ଆଦର ପାଇଛି
ଆମ ରଥ ଯାତ୍ରା କାଳିଆ ର ଦେଖି ବାକୁ ବିଦେଶୀ ଭକ୍ତ ବି ଆସୁଛି
ଆସ ଆମେ ସର୍ବେ ନିଜ ଭାଷା ର ଅସ୍ମିତା କୁ ବଜାୟି ରଖିବା
ଆମ ଉତ୍କଳ ଭାରି ପବିତ୍ର ସର୍ବଦା ତାର ଗୁଣ ଗାଇବା ।