STORYMIRROR

Gouri Panda

Classics

3  

Gouri Panda

Classics

କାଗଜ ଫୁଲ

କାଗଜ ଫୁଲ

1 min
180


କାଗଜ ଫୁଲ ମୁଁ 

ବାସନା ବିହୀନ 

କିଣି ତ ପାରେନା

ମୁଁ କାହାରି ମନ। 

ମୋ ରଙ୍ଗ କାହାର 

ପସନ୍ଦ ନୁହଁଇ। 

ନାଲି, ଧଳା, ନୀଳ

ଏହି ପରି ଥାଇ। 

ବାସନା ମୋ ଠାରୁ 

ଅନେକ ଦୂରରେ। 

ତେଣୁ ମୋତେ ଭଲା

କିଏ ବା ପଚାରେ? 

ବାସନା ଫୁଲ ର 

ଆଦର ବହୁତ। 

କିଣିପାରିଥାଏ। 

ସଭିଙ୍କ ମନ ତ। 

ଦିଅଁଙ୍କ ଆଗରେ 

ଲାଗେ ହେନା ଯୁଇ। 

ସେଇ ପରି ଭାଗ୍ୟ

ମୋର ଅବା କାଇଁ? 

ହେଲେ କିନ୍ତୁ ମୁହିଁ 

ଆଶା ଛାଡି ନାହିଁ। 

ବିଧାତା ମୋ ସୃଷ୍ଟି 

କଲେ କାହିଁ ପାଇଁ? 

ନିଶ୍ଚୟ ଅଛି ମୋ

ପାଶେ ସମ୍ଭାବନା। 

ମୋତେ ଯେ ଜାଣିଛି

ଖୋଜି ନେବ ସିନା। 

ଘର ଅଗଣା କୁ

ସଜାଇବା ପାଇଁ। 

ସୁନ୍ଦର କରନ୍ତି 

ମୋ ଅଙ୍ଗ ଢଳାଇ।

ଗୋଲାପି, ଗୋଲାପି

 ଶିରିଅଙ୍ଗ ହାର। 

ସଜାନ୍ତି ଟେବୁଲ 

ଫୁଲତୋଡା ମୋର। 

ରହିଥାଏ ତେଜ

ହୁଏନି ମଳିନ। 

ହେଉ ପଛେ କେତେ 

ମାସ ଆଉ ଦିନ। 

ମୋର କଣ୍ଟା ଦେହ

ସାଜେ ମୋ ରକ୍ଷକ। 

ଡରେ ଦୂରେ ରହେ

ମୋହରି ଭକ୍ଷକ।

ସୁନ୍ଦର, ସୁବାସ

ଦେଖି ଯାଇନାହିଁ। 

ଅସୁନ୍ଦର ଯିଏ 

ଧୋକା ଦିଏ ନାହିଁ। 

ଆଦରି ନିଏ ସେ

ଭାବି ଆପଣାର। 

ସୁନ୍ଦର ଭିତରେ 

ଲୁଚିଥାଏ କ୍ରୁର। 

ହେ ବନ୍ଧୁ ତୁମକୁ

ଏତିକି ଗୁହାରି। 

ନିଜ କଥା ଭାବ 

ଶୁଣନି କାହାରି। 

ପ୍ରକୃତ ରେ ଅଛି 

ସମ୍ଭାବନା ଟିଏ। 

ଖୋଜି ଯେ ପାଇଛି

ଜିତେ ଏଠି ସିଏ। 



Rate this content
Log in

Similar oriya poem from Classics