ଭୀମରାଓ ରାମଜୀ ଆମ୍ବଦକର
ଭୀମରାଓ ରାମଜୀ ଆମ୍ବଦକର


ଆଲ୍ଲିପୁରର ସେ ଅଳସ ରଜନୀ
ଲୋତକର ନଈ ବହି
ଅମ୍ଳାନ ପ୍ରଦୀପ ଲିଭିଗଲା କାହିଁ
ଝୁରୁଛି ଭାରତ ଭୂଇଁ ।।
ଭାରତ ରତ୍ନର ରତ୍ନ ଶୋଇଗଲା
ଦାଦର ଉହାଡ଼ ଫାଙ୍କେ
ସମ୍ବିଧାନ ଆଜି ଗୁମୁରି କାନ୍ଦୁଛି
ସେ ଚିତ୍ରକୁ ନେତ୍ରେ ଆଙ୍କେ ।।
ମାଟି ମାଆ ହିତ ରଚି ଦେଇଗଲା
ଆଇନକୁ ଗଢି଼ଗଲା,
ଦେଶର ପ୍ରାଣକୁ ଜାଗ୍ରତ କଲା
ପ୍ରଣେତା ବି ସାଜିଗଲା ।।
ଯେଉଁ ହିତ ପାଇଁ ସବୁରି ଓଠରେ
ହସର ମୁକୁତା ଝରେ
ସ୍ବାଧୀନ ପ୍ରାଣରେ ଛବି ଆଙ୍କେ ଆଜି
ବି ଆରକୁ ଝୁରିମରେ ।।
ତୁମେ ଗଲା ପରେ ବିଧ୍ବସ୍ତ ହୋଇଛି
ଆଇନ ବଳୟ ଯେତେ
ସ୍ବେଛ୍ଛାଚାରରେ ମଣିଷ ଜୀଇଁଛି
ମୁହୂର୍ତ୍ତରେ ମରେ ସତେ ।।
ତେଜୋଦିପ୍ତ ଠାଣି ଫେରି ଆସିବକି
ନମ୍ର ନୟନ ଖୋଜୁଛି
ଆଉଥରେ ତୁମେ ଗଢି଼ ଦେଇଯାଅ
ସମ୍ବିଧାନ କହୁଅଛି ।।