STORYMIRROR

Biswajit Sahoo

Classics

3  

Biswajit Sahoo

Classics

ଭିନ୍ନ ଏକ ଦୀପାବଳି

ଭିନ୍ନ ଏକ ଦୀପାବଳି

1 min
226


ହାରିଯାଇଥିବା ମଣିଷଟିଏ ମୁଁ,

ପରିଚୟ ମୋର ନାହିଁ,

ଥକିଗଲା ପାଦ ଥକିଗଲା ମନ,

ମରିଚୀକା ପଛେ ଧାଇଁ।


ପାଇବାର ଆଶା କେବେଠୁ ଛାଡିଛି,

ଦେବା ପାଇଁ କିଛି ନାହିଁ,

ଜୀବନର ମାନେ କିଛି ମୁଁ ବୁଝେନା,

ଜୀଅନ୍ତା ଶବଟେ ମୁହିଁ।


ତଥାପି କାହିଁକି ଦୀପାବଳି ଦିନ,

ପ୍ରାଣ ହୁଏ ପୁଲକିତ,

କେତେ ଉନ୍ମାଦନା ଭରିଯାଏ ମନେ,

ମନ ହୁଏ ଆଲୋକିତ।


ଉଜୁଡା ଜୀବନ ସୁଧାରିବା ପାଇଁ,

କିଛି ଆଶ୍ବାସନା ପାଏ,

ଦୁଃଖକୁ ପାସୋରି ଭାଗ୍ୟକୁ ଆଦରି,

କିଛି ଦିନ ବଞ୍ଚିଯାଏ।



Rate this content
Log in

Similar oriya poem from Classics