STORYMIRROR

Biswajit Sahoo

Tragedy Classics Inspirational

3  

Biswajit Sahoo

Tragedy Classics Inspirational

ଜୀବନର ମୋଡ଼

ଜୀବନର ମୋଡ଼

1 min
214

ଜୀବନର ମୋଡ଼ ବଦଳିଯାଇଥିଲା,

ଯେତେବେଳେ ବଦଳିଗଲା 

ସଂପର୍କର ପରିଭାଷା,

ଯେତେବେଳେ କମିଗଲା

ସାହାଯ୍ୟର ମହତ୍ତ୍ୱ,

ଯେତେବେଳେ ଶୁଖିଗଲା,

ସ୍ନେହ, ଆଦରର ସମୁଦ୍ର,

ଯେତେବେଳେ ହଜିଗଲା,

ସେଇ ଅତି ପରିଚିତ ଚେହେରା,

ବାସ୍ ତା'ପରେ,

ସପ୍ତରଙ୍ଗର ଜୀବନ ଆଜି ବିବର୍ଣ୍ଣ

ସାତସୁରର ଜୀବନ ଆଜି ବେସୁରା

ବୁଝିବାକୁ ବୋଧେ ଡେରି ହେଇଗଲା,

ପ୍ରଭୁ ହିଁ ପରମ ସଖା,

ଜୀବନର ସବୁ ସୁଖ ସରିଯିବା ପରେ

ଏବେ ମୃତ୍ୟୁ କୁ ଅପେକ୍ଷା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy