ଜୀବନର ମୋଡ଼
ଜୀବନର ମୋଡ଼
ଜୀବନର ମୋଡ଼ ବଦଳିଯାଇଥିଲା,
ଯେତେବେଳେ ବଦଳିଗଲା
ସଂପର୍କର ପରିଭାଷା,
ଯେତେବେଳେ କମିଗଲା
ସାହାଯ୍ୟର ମହତ୍ତ୍ୱ,
ଯେତେବେଳେ ଶୁଖିଗଲା,
ସ୍ନେହ, ଆଦରର ସମୁଦ୍ର,
ଯେତେବେଳେ ହଜିଗଲା,
ସେଇ ଅତି ପରିଚିତ ଚେହେରା,
ବାସ୍ ତା'ପରେ,
ସପ୍ତରଙ୍ଗର ଜୀବନ ଆଜି ବିବର୍ଣ୍ଣ
ସାତସୁରର ଜୀବନ ଆଜି ବେସୁରା
ବୁଝିବାକୁ ବୋଧେ ଡେରି ହେଇଗଲା,
ପ୍ରଭୁ ହିଁ ପରମ ସଖା,
ଜୀବନର ସବୁ ସୁଖ ସରିଯିବା ପରେ
ଏବେ ମୃତ୍ୟୁ କୁ ଅପେକ୍ଷା ।
