STORYMIRROR

Biswajit Sahoo

Classics Inspirational Others

3  

Biswajit Sahoo

Classics Inspirational Others

ନୀଳକଣ୍ଠ

ନୀଳକଣ୍ଠ

1 min
249

ଶ୍ରାବଣ ମାସର ପ୍ରଥମ ଦିବସ,

ସୋମବାରେ ପଡ଼ିଅଛି,

ସଭିଙ୍କ ମନରେ ବିନାଶର ଭୟ,

ମହାମାରୀ ଆଣିଅଛି।


ଅଚିରେ ସନ୍ତୁଷ୍ଟ ହୋଇଥାନ୍ତି ବୋଲି,

ନାମ ପ୍ରଭୁ ଆଶୁତୋଷ,

ଲୋଡ଼ନ୍ତି ଆପଣ ଅନ୍ତର ଭକ୍ତିର,

ଶୀତଳ ଜଳର ସ୍ପର୍ଶ।


ଦେବତା ଦାନବ ଶାନ୍ତି ରକ୍ଷା ପାଇଁ,

ସମୁଦ୍ର ମନ୍ଥନ ହେଲା,

ଭେଦି ରତ୍ନାକର ଅତଳ ଜଳରୁ,

ଅମୃତ ନିର୍ଗତ ହେଲା।


ମୋହିନୀ ରୂପରେ ପଦ୍ମନାଭ ବିଷ୍ଣୁ,

ଦେବତାଙ୍କୁ ବାଣ୍ଟିଦେଲେ,

ସେପଟେ ଦାନବ ଈର୍ଷାନ୍ନ୍ବିତ ହୋଇ,

ଯୁଦ୍ଧର ଡ଼ାକରା ଦେଲେ।


ରଜ୍ଜୁ ହୋଇଥିବା ଭୁଜଙ୍ଗ ବାସୁକୀ,

ମନ୍ଥନର କଷ୍ଟ ଭୋଗି,

ବିରଳ ଗରଳ ହୋଇଲା ନିର୍ଗତ,

ସର୍ପର ଶରୀର ତ୍ୟାଗୀ।


ଅମୃତ କୁମ୍ଭକୁ ବାଣ୍ଟିନେଲେ ସିନା,

ଗରଳକୁ ପ୍ରାଣେ ଭୟ,

ସମସ୍ତେ ଡାକିଲେ ତ୍ରାହି ତ୍ରାହି ଡାକ,

କେହି ଧରିଲେନି ଥୟ।


ସେହି ସମୟରେ ପହଞ୍ଚିଲେ ପ୍ରଭୁ,

ଦେବ ଦେବ ମହାଦେବ,

ହଳାହଳ ବିଷ ପାନ କରିଦେଲେ,

ଦେବତା କରିଲେ ସ୍ତବ।


ଉଦର ନଯାଇ ଗରଳ ରହିଲା,

ପ୍ରଭୁଙ୍କର କଣ୍ଠଠାରେ,

ବିଷ ପ୍ରଭାବରେ କଣ୍ଠ ନୀଳ ହେଲା,

କିଛି ଏହି ପ୍ରକାରରେ।


ସେବେଠୁ ଶଙ୍କର ପରିଚିତ ହେଲେ,

ନୀଳକଣ୍ଠ ନାମ ହେଲା,

ସମଗ୍ର ଜଗତ ବିଷ ପ୍ରଭାବରୁ,

ନିମିଷକେ ନିସ୍ତରିଲା।


ଆଜି ଏତେବେଳେ କରୋନା ଆତଙ୍କ,

ଭୟଭୀତ ହୁଏ ସୃଷ୍ଟି,

ଆଶା କରୁଅଛି ଶ୍ରାବଣ ମାସରେ,

ଆପଣଙ୍କ କୃପା ବୃଷ୍ଟି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics