ହାରି ଯାଇଥିବା ମଣିଷ
ହାରି ଯାଇଥିବା ମଣିଷ
ହାରି ଯାଇଥିବା ମଣିଷ ଟିଏ ମୁଁ,
ପରିଚୟ ମୋର ନାହିଁ,
ଆଖିର ଏ ଲୁହ ହୃଦୟର କୋହ,
ବୁଝିବାକୁ କେହି ନାହିଁ।
ବୈଶାଖ ତାତିରେ ଏ ମନ ଶରୀର,
ଆଉ କାଇଁ ତାତେ ନାହିଁ,
ଶ୍ରାବଣ ବର୍ଷାରେ ଆନମନା ହୋଇ
ଭିଜିବାକୁ ଇଚ୍ଛା ନାହିଁ।
ପାଇବାର ଆଶା କେବେଠୁ ଛାଡିଛି,
ନାହିଁ କିଛି ଦେବା ପାଇଁ,
ଆଖିର ଏ ଲୁହ ହୃଦୟର କୋହ,
ବୁଝିବାକୁ କେହି ନାହିଁ।
ଦୁନିଆଁ ଭିଡ଼ରେ ହଜିଗଲେ ସବୁ,
ନାହିଁ କେହି ଆପଣାର,
ଅନ୍ଧକାର ଆଉ ନୀରବତା ଏବେ,
ହୋଇଛନ୍ତି ସାଥୀ ମୋର,
ମିଛ ଦୁନିଆରେ ସବୁ ମାୟା ମୋହ,
ସତ ବୋଲି କିଛି ନାହିଁ
ଆଖିର ଏ ଲୁହ ହୃଦୟର କୋହ,
ବୁଝିବାକୁ କେହି ନାହିଁ।