STORYMIRROR

Biswajit Sahoo

Abstract Romance

3  

Biswajit Sahoo

Abstract Romance

ତୁମେ

ତୁମେ

1 min
156

ଅଜଣା ସହରେ ଅଜଣା ବାଟରେ

ଧିରେ ଧିରେ ଚାଲୁଥିବ

କିଏବା କହିବ କେବେ ଶିଉଳିରେ

ପାଦ ତମ ଖସି ଯିବ।


ଖସି ଗଲେ ପାଦ ପଡ଼ିବା ଆଗରୁ

ଧରିନେବି ତୁମ ହାତ

ଜୀବନର ଯେତେ କଣ୍ଟକିତ ପଥ

ସବୁ ହେବ କୁସୁମିତ।


ତମେ ଫୁଲ ପରି ମୁହିଁ ପ୍ରଜାପତି

ବଗିଚା ଏ ବୟସର,

ଭରିଦେବା ରଙ୍ଗ ଇନ୍ଦ୍ରଧନୁ ଭଳି

ସାତ ରଙ୍ଗ ଜୀବନର।


କାହିଁକି କହୁଛି ଏତେ ସବୁ କଥା

ନିଜକୁ ବି ପଚାରିବ

ଖୋଜିଦେଖ ଥରେ ମୋର ପରିଚୟ,

ଆପେ ଆପେ ଜାଣି ଯିବ।


ପାଇଗଲା ପରେ ପରିଚୟ ମୋର

ନିଜକୁ ବି ଥରେ ଖୋଜିବ

ସତ ମୁଁ କହୁଛି ତୁମ ଚେହେରାକୁ

ମୋ ଆଖି ଆଇନାରେ ପାଇବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract