ତୁମେ
ତୁମେ
ଅଜଣା ସହରେ ଅଜଣା ବାଟରେ
ଧିରେ ଧିରେ ଚାଲୁଥିବ
କିଏବା କହିବ କେବେ ଶିଉଳିରେ
ପାଦ ତମ ଖସି ଯିବ।
ଖସି ଗଲେ ପାଦ ପଡ଼ିବା ଆଗରୁ
ଧରିନେବି ତୁମ ହାତ
ଜୀବନର ଯେତେ କଣ୍ଟକିତ ପଥ
ସବୁ ହେବ କୁସୁମିତ।
ତମେ ଫୁଲ ପରି ମୁହିଁ ପ୍ରଜାପତି
ବଗିଚା ଏ ବୟସର,
ଭରିଦେବା ରଙ୍ଗ ଇନ୍ଦ୍ରଧନୁ ଭଳି
ସାତ ରଙ୍ଗ ଜୀବନର।
କାହିଁକି କହୁଛି ଏତେ ସବୁ କଥା
ନିଜକୁ ବି ପଚାରିବ
ଖୋଜିଦେଖ ଥରେ ମୋର ପରିଚୟ,
ଆପେ ଆପେ ଜାଣି ଯିବ।
ପାଇଗଲା ପରେ ପରିଚୟ ମୋର
ନିଜକୁ ବି ଥରେ ଖୋଜିବ
ସତ ମୁଁ କହୁଛି ତୁମ ଚେହେରାକୁ
ମୋ ଆଖି ଆଇନାରେ ପାଇବ।