ଭିଜା ମାଟି ଆଜି ହସି ଉଠୁଛି
ଭିଜା ମାଟି ଆଜି ହସି ଉଠୁଛି
ଗ୍ରୀଷ୍ମ ଦାଉରୁ ଆଉ ମୁକୁଳି
ବରଷା ପାଣିକୁ ଦେହରେ ବୋଳି
ନିଜ ପରିଚୟ ଫେରି ପାଇଛି
ଭିଜା ମାଟି ଆଜି ହସି ଉଠୁଛି ll
ଶ୍ରୀଅଙ୍ଗେ ତାହାର କୁସୁମ ବନ
ହସାଇଛ ଧରା ଜନଜୀବନ
ଗୁଣୁଗୁଣୁ ହୋଇ ଗୀତ ଗାଉଛି ll
ଭିଜା ମାଟି ଆଜି ହସି ଉଠୁଛି
ନାହିଁ ଅବଶେଷ ନାହିଁ ତା ଦୁଃଖ
ହସ ବୋଇତର ସାଜି ନାବିକ ll
ବୋଧେ ତା ଠିକଣା ମିଳିଯାଇଛି
ଭିଜା ମାଟି ଆଜି ହସି ଉଠୁଛି ll