Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramakanta Das

Children Stories Classics

3  

Ramakanta Das

Children Stories Classics

ପିଲାଦିନ

ପିଲାଦିନ

1 min
200



ମନେପଡ଼େ ମୋର ସେହି ସୁନ୍ଦର ପିଲାଦିନ 

ଗାଁ ଚାଟଶାଳି ସାଙ୍ଗସାଥୀ ମେଳ

ମନେପଡେ ମୋ ଗାଁର ମନୋହରା ଛବି 

ପୁନେଇଁ ଜହ୍ନରେ ବାଗୁଡ଼ି ଖେଳ ।


ମନେପଡେ ମୋର କାଗଜର ଡଙ୍ଗା 

ସାଙ୍ଗସାଥି ମାନ ଅଭିମାନ

ମନେପଡେ ଶ୍ରାବଣର ବର୍ଷାପାଣି

ସେଇ ଅଭୁଲା ପିଲାଦିନ ।


ମନେପଡେ ସେଇ ବୋହୁଚୋରି ଖେଳ

ବରଗଛ ଡ଼ାଳେ ଦୋଳି 

ମନେପଡେ ବାପାଙ୍କର ତାଗିଦ୍ 

ମାଆ ହାତ ମାଡ ଗାଳି ।


ମନେପଡେ ମୋର ସେ ପୁରୁଣା ସ୍ମୃତି 

ସେଇ ଅଭୁଲା ସମୟ

ମନେପଡେ ମାଆ ହାତରନ୍ଧା 

ଶୀତ ସକାଳର ବିଦ୍ୟାଳୟ ।


ମନେପଡେ ଶିକ୍ଷକଙ୍କର ବେତଛାଟ

ବାପାଙ୍କ ଆକଟ ଗାଳି 

ମନେପଡେ ରଜଦୋଳି ,ଫଗୁଖେଳ

ଭାଇ ଭଉଣୀର ମିଛକଳି ।


ମନେପଡେ ମାଟି ସିଲଟ,ଚକ୍ ଖଡିରୁ

କାଗଜ କଲମ ଯାତ୍ରା

ମନେପଡେ ଆଈମାଆର କାହାଣୀ 

ବର୍ଣ୍ଣବୋଧ ବହି ଯୁକ୍ତାକ୍ଷର ମାତ୍ରା ।


ମନେପଡେ ଗାଁ ଯାନି ଯାତରା

ନିତି ନୂଆ ନୂଆ ସପନ 

ମନେପଡେ ନିତି ବାଲିଘର ଖେଳ

ସେଇ ଅତୀତର ପିଲାଦିନ ।


ବୟସ ତଟିନୀ ଯାଉଛି ବହି 

ହଜିଯାଇଛି ମୋ ପିଲାଦିନ 

ସମୟ ଧୂଳିରେ ସ୍ମୃତିକୁ ଝୁରୁଛି 

ମୋର ଏ ଅବୁଝା ମନ ।



Rate this content
Log in