STORYMIRROR

Ramakanta Das

Abstract Inspirational Children

4  

Ramakanta Das

Abstract Inspirational Children

ବନ୍ଧୁତା

ବନ୍ଧୁତା

1 min
273


ବନ୍ଧୁତା ଏକ ନିଆରା ସମ୍ପର୍କ

ଯେମିତି ଦୀପ ଓ ସଳିତା

ବନ୍ଧୁତା ଏକ ପ୍ରେମର ମହକ 

ପ୍ରେମ ବନ୍ଧୁତାର ସୁନ୍ଦରତା ।।


ବନ୍ଧୁତା ଏକ ନିଆରା ବନ୍ଧନ 

ନାହିଁ ଯାର ସୀମା , ପରିଧି 

ବନ୍ଧୁତା ଏକ ନିଆରା ଅନୁଭବ

ସ୍ନେହ ପ୍ରେମରେ ପରିପୂର୍ଣ୍ଣ ଜଳଧି ।।


ବନ୍ଧୁତା ଏକ ସଜଫୁଟା ଫୁଲଟିଏ 

ସଦା ମହକାଏ ଜୀବନକୁ

ବନ୍ଧୁତା ବିଶ୍ଵାସର ସଜ ପାରିଜାତ

ଚେନାଏ ହସରେ ପୋଛିଦିଏ ଲୁହକୁ ।।


ବନ୍ଧୁତା ପ୍ରାଣର ଅମୃତ ଅନୁଭବ 

ହୃଦୟର ମଧୁର ଅଭିବ୍ୟକ୍ତି

ବନ୍ଧୁତା ବୁଝେନି ଧନ ମାନ ଯଶ

ବାଣ୍ଟୁଥାଏ ସଦା ପ୍ରେମ ପ୍ରୀତି।।


ବନ୍ଧୁତା ଅଟଇ ଅବାଟର ସାଥି 

ଦେଇଥାଏ ସଦା ସୁମନ୍ତ୍ରଣା 

ବନ୍ଧୁତା ଅଟଇ ସତ୍ୟ ପଥ ପଦର୍ଶକ

ନେଇଯାଏ ମନରୁ ଯନ୍ତ୍ରଣା ।।


ବନ୍ଧୁତା ଅଟଇ ସ୍ୱଚ୍ଛ ଓ ନିର୍ମଳ

ମିଳନର ମୁକ୍ତାହାର

ବନ୍ଧୁତା ଅଟଇ ଭାବ ଓ ଭାବନା 

ସାହାଯ୍ୟର ଗନ୍ତାଘର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract