Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramakanta Das

Classics Inspirational Thriller

4  

Ramakanta Das

Classics Inspirational Thriller

ଜୀବନ

ଜୀବନ

1 min
326


ଜୀବନ ,

କେବେ ଅଙ୍କାବଙ୍କା ପଥ , କେବେ ପୁଣି ଖରାଛାଇ

କେବେ ଏନ୍ତୁଡ଼ିର ନିଆଁ , କେବେ ଶ୍ମଶାନର ଯୁଇ ।


ଜୀବନ ,

କେବେ ଦୁଃଖର ପାହାଡ , କେବେ ସୁନ୍ଦର ମଳୟ ପବନ

କେବେ ଆଲରା ବୁଢିଆଣୀ ଜାଲ , କେବେ ଚିରୁଡ଼ାଏ ସପନ ।


ଜୀବନ ,

କେବେ ସାରୁ ପତରର ପାଣିଫୋଟକା କେବେ ଫୁଲର ବାଟିକା

କେବେ ଅନ୍ଧକାର ଆଲୋକିତ ଦିଶା କେବେ ଲିଭିଯାଇଥିବା ଶିଖା ।


ଜୀବନ ,

କେବେ ଛନ୍ଦହୀନ ବୁମୁକ୍ତ ପବନ ,କେବେ ସଂଘର୍ଷର ପଶାଖେଳ

କେବେ ସଦ୍ୟ ପ୍ରସ୍ଫୁଟିତ ଗୋଲପଟିଏ କେବେ ପଦ୍ମ ପତ୍ରର ଜଳ।


ଜୀବନ ,

କେବେ କଣ୍ଟକିତ ପଥ , କେବେ ପୁଣି କୁସୁମିତ

କେବେ ମାୟା ମରୀଚିକା , କେବେ ଧୂଳି ଧୂସରିତ ।


ଜୀବନ ,

କେବେ ଅଛିଣ୍ଡା ଅଙ୍କର ସୂତ୍ର , କେବେ ତରଳ ଜଳର ବିନ୍ଦୁ

କେବେ ମରୁଭୂମି ତାତି , କେବେ ପ୍ରେମର ଅଥଳ ସିନ୍ଧୁ ।


ଜୀବନ ,

କେବେ ଆଶାର ସଳିତା , କେବେ ନିରାଶା ପବନ

କେବେ ଘାତ ପ୍ରତିଘାତ ,କେବେ ଜୀମୂତେ ଜୀରକ ଜଳନ ।


ଜୀବନ ,

କେବେ ଅଗଣିତ ଶୂନ୍ୟତା , କେବେ ବୈଶାଖର ଝାଞ୍ଜି ଖରା

କେବେ ସୁଖ ଦୁଖର ରଙ୍ଗମଞ୍ଚ , କେବେ ଶ୍ରାବଣର ବାରିଧାରା ।


ଜୀବନ ,

କେବେ ପଳପଳ ଦୁଃଖ , କେବେ ଦି ମିଠା ପାଉଁଶ

କେବେ ନୟନର ଅଶ୍ରୁ , କେବେ ଶୁଖିଲା ଅଧରେ ହସ ।


Rate this content
Log in

Similar oriya poem from Classics