STORYMIRROR

Ramakanta Das

Inspirational

3  

Ramakanta Das

Inspirational

ବିଘ୍ନ ବିନାଶନ

ବିଘ୍ନ ବିନାଶନ

1 min
190


ଜୟ ଜୟ ବିଘ୍ନରାଜ ପ୍ରଭୁ ଗଜାନନ

କଳସ ଦେବତା ରୂପେ ଆଦ୍ୟରେ ପୂଜନ ।।


ନମୋ ମୂଷିକ ବାହନ ନମୋ ବିଦ୍ୟାଦାତା

ନମୋ ବିଘ୍ନ ବିନାଶନ ନମୋ ବିଘ୍ନହର୍ତ୍ତା ।।


ଜୟ ପ୍ରଭୁ ଲମ୍ବୋଦର ପାର୍ବତୀ ନନ୍ଦନ 

ଅଜ୍ଞାନ ବିନାଶ କରି ଦିଅ ଦିବ୍ୟଜ୍ଞାନ ।।


ଶୁଭ ବୁଦ୍ଧି ଦିଅ ପ୍ରଭୁ ଦିଅ ବିଦ୍ୟାରତ୍ନ 

ଦିଅ ପ୍ରଭୁ ଦିବ୍ୟ ଶକ୍ତି ଦିଅ ସୁଜ୍ଞାନ ।।


ଦୂରିଭୁତ କର ପ୍ରଭୁ ଅଜ୍ଞାନ ତିମିର 

ତୁମରି ଚରଣେ ମୋର କୋଟି ନମସ୍କାର ।।


ଜୟ ଜୟ ଅଗ୍ରପୂଜ୍ୟ ଜୟ ଅଗ୍ରାଧୀପତି

ତୁମ ପାଦତଳେ ମୋର ଭକ୍ତିର ପ୍ରଣତି।।


ଜୟ ଜୟ ବିନାୟକ ଅନ୍ତିଷ୍ଟ ନାଶକ 

ଜୟ ଜୟ ଏକଦନ୍ତ ଜ୍ଞାନ ପ୍ରଦାୟକ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational