ତୁଳସୀ
ତୁଳସୀ
ହେ ତୁଳସୀ ଅପରୂପ ଭରା କୃଷ୍ଣ ପିୟାସୀ
ଶୁଶୋଭିତ ବାସ୍ନା,ତୋର ଅଙ୍ଗ ଅଙ୍ଗ
କି ଗୁଣ ବଖାଣି ବି ତୋର
ଘଣ୍ଟ ତାଳ ,ତାଳି ଗଢି ମୃଦଙ୍ଗ ।
ପଦ୍ମ ଦେଖି ତୋତେ ଇର୍ଷା କରୁଥାଇ,
କମି କେଉଁଠି,ରହିଲା କହ୍ନେଇ
ଅଙ୍ଗର ବାସ୍ନା ତୁମ୍ଭଠାରୁ ଦୁର,
ନାହିଁ ବୋଲି ମୋର ଔଷଧିୟ ଗୁଣ
କୋଟି ପୂଣ୍ୟ ବଳେ ପାଇଛି ଠାକୁରେ
ଆଖି ଦୁଇ ତୋର କଜଳର ଗାର ।
ମାଳତୀ, କୁସୁମ,କଦମ୍ବ,କଇଁ,
ମଲ୍ଲୀ,ଚମ୍ପା ଫୁଲ ସବୁ ଅସାର
ଏକା ଶ୍ରେଷ୍ଠ ତୋର ତୁଳସୀ ହାର
ହେ ଜଗତର ନାଥ ଜଗନ୍ନାଥ,
ଭଲପାଏ ତତେ,ସତେ ଏ ଜଗତ।
ଭକ୍ତି ଦେଇଥାଉ ସଭିଙ୍କ ପାଇଁ,
ଧରା ନ ଦେଉ ତୁ କାହିଁ ପାଇଁ
ଦୁରରେ ରହିଲେ ଭକ୍ତି ବଢ଼ିଥାଏ
ସେଥିପାଇଁ ଧରା ଦେଉନୁ ସତ ।
ଚନ୍ଦନ ସିନ୍ଦୂର ମିଶି ଏକ ଗାର,
ମାତା,ପିତା ତୁମେ ସତ ଏକ ଧାର
ତୁଳସୀର ପୂଜା ଦାଣ୍ଡ ଦୂଆରେ,
କାଳିଆରେ ସତେ,ରହିଛୁ ଲୁଚି ତୁ
ଗମ୍ଭୀର ଭିତରେ ।
ରୋଗଠାରୁ,ଭୋଗ ପର୍ଯ୍ୟନ୍ତ
ତୁଳସୀ ମୟ କରିଦେ ସଂସାର
ପାପ ଯେତେ ସବୁ କ୍ଷୟ ହୋଇଯିବ
ପୂଣ୍ୟ ରେ ପାଇବେ ଉଦ୍ଧାର ।
ଏ ଜନ୍ମ ରେ ମୋତେ ପାପିନୀ ଟେ କଲୁ,
ଆର ଜନ୍ମରେ କରିବୁ ତୁଳସୀ,
ଜଗତ କଲ୍ୟାଣ ପାଇଁ,ପ୍ରାଣ ଦେଉଥିଵି
ସଦା ହସି ହସି।