STORYMIRROR

Sagarika Dash

Inspirational

4  

Sagarika Dash

Inspirational

ସଫେଇ ଭାଇ

ସଫେଇ ଭାଇ

1 min
16


ସଫେଇ ଭାଇରେ ସଫେଇ ଭାଇ 

ଖରା ବରଷା କୁ ଖାତର ନାହିଁ।

ଅଳିଆ ଆବର୍ଜନା ସବୁ ଗୋଟାଇ 

ମୁଣ୍ଡ ଝାଳ ତୋର ତୁଣ୍ଡରେ ଯାଇ।

    "ସଫେଇ ଭାଇରେ ସଫେଇ ଭାଇ "


ଘୃଣା କରୁଥାନ୍ତି କିଛି ଜନତା 

ଜଣା ନାହିଁ ତାଙ୍କୁ ସୁଖରେ ରହି 

ଉଲଂଘନ କରନ୍ତି ସବୁ ବ୍ୟବସ୍ଥା 

ସୁଗନ୍ଧ ଦୁର୍ଗନ୍ଧ ଅତି ଆପଣାର 

ଖୁସି ଖୁସି ସଫା କାର୍ଯ୍ୟ ଆପଣାଇ

ପରିବେଶ ଟିକୁ କରନ୍ତି ସ୍ବଚ୍ଛ 

ଆରାମରେ ଆମେ ରହିବା ପାଇଁ ।

    "ସଫେଇ ଭାଇରେ ସଫେଇ ଭାଇ"

ଜୟ ଜବାନ,ଜୟ କିଷାନ 

ମିଳିଥାଉ ସଦା ଏହି ସମ୍ମାନ 

ସଫେଇ ଭାଇଙ୍କ ବଢ଼ିବ ମାନ।

ସହଯୋଗ ର ହାତ ବଢାଇ

ବାଟ,ଆମେ ତାଙ୍କୁ ଦେବା କଡାଇ 

   " ସଫେଇ ଭାଇରେ ସଫେଇ ଭାଇ" ।


ସକାଳ ପହରୁ ଦାଣ୍ଡ ଦୁଆରେ 

ହାତେ ପିନ୍ଧିଥାନ୍ତି ଗ୍ଲୋବସ୍ ପୋଷାକ 

ହୁଇସିଲ୍ ମାରି, ବେଲ୍ ମାରି

ପହରା ଦିଅନ୍ତି ଅଳିଆ ଗୋଟାଇ।

 "ସଫେଇ ଭାଇରେ ସଫେଇ ଭାଇ" ।


ସଲାମ କରୁ ନେତା ମନ୍ତ୍ରୀଙ୍କୁ 

ରକତ ସବୁ ଶୋଷି ଖାଆନ୍ତି 

ସଫା ସୁତୁରା ର ବାର୍ତ୍ତା ଦେଇ

ସଭା ସମିତି ରେ ଅଳିଆ ଥୋଇ।

 "ସଫେଇ ଭାଇରେ ସଫେଇ ଭାଇ" । 


ସଫେଇ ଭାଇ ବନ୍ଧୁ ଆମର 

ତିଳେ ମାତ୍ର ତାଙ୍କ ନାହିଁ ଖାତର 

ଫୁଲ ତୋଡା କେବେ ଚାହାଁନ୍ତି ନାହିଁ 

ବାହା ବାହା କେବେ ଶୁଣନ୍ତି ନାହିଁ 

        ତଥାପି ,ନିତ୍ୟ ସମାଜ ସେବାରେ 

         ମନ ଦିଅନ୍ତି।

ଧନ୍ୟ ତୁମେ ଆମ ସଫେଇ ଭାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational