ସଫେଇ ଭାଇ
ସଫେଇ ଭାଇ
ସଫେଇ ଭାଇରେ ସଫେଇ ଭାଇ
ଖରା ବରଷା କୁ ଖାତର ନାହିଁ।
ଅଳିଆ ଆବର୍ଜନା ସବୁ ଗୋଟାଇ
ମୁଣ୍ଡ ଝାଳ ତୋର ତୁଣ୍ଡରେ ଯାଇ।
"ସଫେଇ ଭାଇରେ ସଫେଇ ଭାଇ "
ଘୃଣା କରୁଥାନ୍ତି କିଛି ଜନତା
ଜଣା ନାହିଁ ତାଙ୍କୁ ସୁଖରେ ରହି
ଉଲଂଘନ କରନ୍ତି ସବୁ ବ୍ୟବସ୍ଥା
ସୁଗନ୍ଧ ଦୁର୍ଗନ୍ଧ ଅତି ଆପଣାର
ଖୁସି ଖୁସି ସଫା କାର୍ଯ୍ୟ ଆପଣାଇ
ପରିବେଶ ଟିକୁ କରନ୍ତି ସ୍ବଚ୍ଛ
ଆରାମରେ ଆମେ ରହିବା ପାଇଁ ।
"ସଫେଇ ଭାଇରେ ସଫେଇ ଭାଇ"
ଜୟ ଜବାନ,ଜୟ କିଷାନ
ମିଳିଥାଉ ସଦା ଏହି ସମ୍ମାନ
ସଫେଇ ଭାଇଙ୍କ ବଢ଼ିବ ମାନ।
ସହଯୋଗ ର ହାତ ବଢାଇ
ବାଟ,ଆମେ ତାଙ୍କୁ ଦେବା କଡାଇ
" ସଫେଇ ଭାଇରେ ସଫେଇ ଭାଇ" ।
ସକାଳ ପହରୁ ଦାଣ୍ଡ ଦୁଆରେ
ହାତେ ପିନ୍ଧିଥାନ୍ତି ଗ୍ଲୋବସ୍ ପୋଷାକ
ହୁଇସିଲ୍ ମାରି, ବେଲ୍ ମାରି
ପହରା ଦିଅନ୍ତି ଅଳିଆ ଗୋଟାଇ।
"ସଫେଇ ଭାଇରେ ସଫେଇ ଭାଇ" ।
ସଲାମ କରୁ ନେତା ମନ୍ତ୍ରୀଙ୍କୁ
ରକତ ସବୁ ଶୋଷି ଖାଆନ୍ତି
ସଫା ସୁତୁରା ର ବାର୍ତ୍ତା ଦେଇ
ସଭା ସମିତି ରେ ଅଳିଆ ଥୋଇ।
"ସଫେଇ ଭାଇରେ ସଫେଇ ଭାଇ" ।
ସଫେଇ ଭାଇ ବନ୍ଧୁ ଆମର
ତିଳେ ମାତ୍ର ତାଙ୍କ ନାହିଁ ଖାତର
ଫୁଲ ତୋଡା କେବେ ଚାହାଁନ୍ତି ନାହିଁ
ବାହା ବାହା କେବେ ଶୁଣନ୍ତି ନାହିଁ
ତଥାପି ,ନିତ୍ୟ ସମାଜ ସେବାରେ
ମନ ଦିଅନ୍ତି।
ଧନ୍ୟ ତୁମେ ଆମ ସଫେଇ ଭାଇ।
