Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR SAMIR RANJAN BEHERA

Inspirational

3  

DR SAMIR RANJAN BEHERA

Inspirational

ଶେଷ ଡାକରା

ଶେଷ ଡାକରା

1 min
231


ବିଷୟ ବସ୍ତୁ :-କେହି ରହିନାହିଁ ରହିବେ ନାହିଁଟି ଏ ଭବରଙ୍ଗ ଭୂମି ତଳେ...

- ପାର୍ବତୀ କବିବର ରାଧାନାଥ ରାୟ


ଏ ଶୁଣୁଛ

ସୂର୍ଯ୍ୟ ନଇଁ ଆସିଲାଣି ,

ତା କିରଣ କାହିଁକି ଆଜି ଏମିତି ଲାଗୁଛି 

ଏକ ମାଦକ ସ୍ପର୍ଶରେ ,

ବଡ ପୁଅ ଅଛି କାହିଁ କେତେ ଦୂରରେ ,

ଟିକେ ପୁଅ କୁ ଖବର ଦିଅନ୍ତନି ,

ଆଜି କାହିଁକି ଦେଖିବାକୁ ବହୁତ ଇଛା ହେଉଛି ,

ସାନ ପୁଅ ତ ଏଇ ପାଖରେ ଅଛି 

ହେଲେ ମାସେ ଦୁଇ ମାସେ ଥରେ ଆସୁଛି 

ବହୁତ ବ୍ୟସ୍ତ ବୋଲି କହୁଛି ,

ତାକୁ ବି ଟିକେ ଖବର ଦିଅନ୍ତଣି 

କାହିଁକି କେଜାଣି ଏ ଗୋଧୂଳି ଆଖି ଟା 

କୋହ ସମ୍ବରଣ କରିପାରୁନି ,

ଝିଅ ସମ୍ପତ୍ତି ପାଇଁ ଅଭିମାନ କରିଛି

ଟିକେ ଖବର ଦିଅ 

ଝିଅ,ଜ୍ୱାଇଁକୁ ଦେଖିବାକୁ ମନ ବହୁତ ଉଚ୍ଛନ୍ନ ହେଉଛି ll 



ଏ ଶୁଣୁଛ.........

ସୂର୍ଯ୍ୟ ଅସ୍ତ ହେବାକୁ ବସିଲାଣି ,

ଜାଣିଛି କେହି ବି ଆସିବେନି ,

ତମେ ନିଜ ଯତ୍ନ ନେବ 

ଔଷଧ ଠିକ ସମୟ ରେ ଖାଇବ 

ମୋତେ ଝୁରିବନି ,

ଝିଅ ପୁଅକୁ ସମ୍ପତ୍ତି ଭାଗ କରିଦେଇ 

ତାଙ୍କ ପାଖକୁ ଚାଲିଯିବ ,

କାଳିଆ ଠାକୁରଙ୍କୁ ଡାକି ଚାଲିବ ll


ଜାଣିଛି ଦୁନିଆଟା ସ୍ୱାର୍ଥପର

କେହି ନୁହଁ କାହାର

ସବୁ ଟଙ୍କା ସମ୍ପତ୍ତିର

ଜାଣିଛି ଲୋ କୁନା ବାପା

ଅଢେଇ ଦିନିଆ ଜୀବନ ଏ

କେହି ରହିବେନି ଏଠି 

ଆଜି ନହେଲେ କାଲି

ସଭିଙ୍କ ପାଳି ପଡିବ ସେଠି

ତେବେ କାହିଁକି ଏ ମାନ ଅଭିମାନ

କାହିଁକି ଏ ଅନ୍ୟାୟ ଅନୀତି ll


ଏ ........ 

ମୋ ଦେହ କଣ ହେଇଯାଉଛି ,

ମନ ବିଚଳିତ ହେଇ ଯାଉଛି ,

ମୋତେ ଟିକେ ତମ କୋଳରେ ଶୁଏଇ ଦିଅନ୍ତନି ,

କୁନା ବାପା ଲୋ .......

ବିଦାୟ ବେଳ ହେଇଗଲାଣି 

ମୋର ଶେଷ ଡାକରା ଆସିଲାଣି ll




Rate this content
Log in

Similar oriya poem from Inspirational