STORYMIRROR

Nilamadhab Bhuyan

Inspirational

3  

Nilamadhab Bhuyan

Inspirational

ମୋ ଉତ୍କଳ ମାଟିର ଗାଥା

ମୋ ଉତ୍କଳ ମାଟିର ଗାଥା

1 min
205


ଗଢି ଉଠିଛି

କଳା ଏବଂ ସାହିତ୍ୟର ପାହାଡ଼ରୁ 

ମୋ ଉତ୍କଳ ମାଟିର ଗାଥା ।


ଯାହା ସାହିତ୍ୟର ଗୁଣ

ଗରିମାକୁ ଜାବୁଡି ଧରି 

କେବେ ମଧ୍ୟ ନିଜ ଅସ୍ତିତ୍ଵକୁ

ହରେଇ ନାହିଁ, 

ନା ହରେଇବାକୁ ପ୍ରୟାସ କରିଛି ।


ବିଦେଶୀ ଦସ୍ୟୁମାନଙ୍କ ସହିତ

ରଣ କରି ସେ ଅଳ୍ପ ଥକି ଯାଇଛି, କିନ୍ତୁ 

ଥକ୍କାୟିତ ଅବସ୍ଥାରେ ମଧ୍ୟ

ସେ ହାର ମାନି ନାହିଁ।


ନିଜ ଭାଷା ଏବଂ ଉତ୍କଳ ମାଟିର ସ୍ଥିତିକୁ

ଉଚ୍ଚ କରିବା ଆଶାରେ

କେତେ ଯେ ମହାରଥୀମାନଙ୍କୁ

ଜନ୍ମ ଦେଲା ।


ତାହା ଇତିହାସର ପୃଷ୍ଠାରେ

ଅମର ପଂକ୍ତି ହୋଇ ରହିଯାଇଛି ।


ସେ ଜାଣିଥିଲା ମୋର ଏ 

ଆଶା ବିଫଳ ହେବ ନାହିଁ।


ସେଥିପାଇଁ ବହୁ ମହାପୁରୁଷ 

ଏହି ମାଟି ପାଇଁ ବଳିଦାନ ଦେଇ 

ଏହି ଉତ୍କଳକୁ ବଜାୟ ରଖିବାରେ

ସଫଳ ହୋଇଛନ୍ତି।


ମନେ ଅଛି କେତେ ଯେ ବିଦେଶୀ

ଏହି ମାଟିକୁ ଛିନ୍ନ ବିଚ୍ଛିନ୍ନ କରିବାକୁ

ପ୍ରୟାସ କରିଥିଲେ ।


ଏହି ଉତ୍କଳ ମାଟିକୁ ତଳିତଳାନ୍ତ କରିବାକୁ

ବହୁ ଚେଷ୍ଟା କରିଥିଲେ ।


କିନ୍ତୁ ସେ କେବେ ଦୁଃଖୀ ହୋଇନି

କାରଣ ଓଡ଼ିଆ ପୁଅ ମାନେ ନିଜ

ମାଆ ମାଟି ପାଇଁ 

ବଳିଦାନ ଦେଇ ଆସିଥିଲେ

ଏବଂ ଦେଇ ଆସିଛନ୍ତି ।


ସେଦିନ ମଧ୍ୟ ଏହି ମାଟି ପାଇଁ କେତେ 

ମହାପୁରୁଷ ବଳି ପଡିଗଲେ କିନ୍ତୁ

ମୋ ଉତ୍କଳ ମାଟିକୁ 

ସର୍ବସାର ହେବାକୁ ଦେଲେ ନାହିଁ।


କହିଲେ ସରିବ ନାହିଁ

ମୋ ଉତ୍କଳ ମାଟିର ଗାଥା

ଯାହା ଲେଖା ହୋଇ ଯାଇଛି

କାନ୍ଥ ଏବଂ ପଥର ଏବଂ

ପାହାଡ଼ ଶିଖରରେ ।


ଅମର ରହି ଯାଇଛି 

ମୋ ଉତ୍କଳର ବୀର ପୁରୁଷ 

ଏବଂ ସାହିତ୍ୟର ଗାଥା 

ମାତ୍ର ସେ ଗାଥା ପାଇଁ କେତେ 

ଯେ ଅଶ୍ରୁ ବାହାରି ଯାଇଛି 

ତାର ହିସାବ ନାହିଁ ।


ନା କିଏ ରଖିଛି????

ନା କିଏ ରଖିବ????


ଆଜି ବି ସେ ଗାଥା ଅମର ହୋଇ ରହିଛି

ଏବଂ ଅମର ହୋଇ ରହିବ ।।

ମୋ ଉତ୍କଳ ମାଟିର ଗାଥା....






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational