ମା
ମା
ଜନମ ପାଇଲି
ପ୍ରଥମ ଦର୍ଶନେ ତୁମ ମୁଖ ଦେଖି
ଖୁସିରେ ବିଭୋର ହେଲି ।
କ୍ରନ୍ଦନ ବେଳେ
ପଣତ କାନିରେ
ଅମୃତ ବର୍ଷାକୁ ଖୁସିରେ ଗ୍ରହଣ କଲି ।
ତୁମ ହାତରୁ ଶିକ୍ଷା
ରାଗରୁ ଅନୁଶାସନ
କଥାରୁ ଉତ୍ତମ ବଚନ
ମୋର ପ୍ରଥମ ଆରମ୍ଭ ଥିଲା ।
ଖୁସି ହେବା ତୁମ ଓଠରୁ
କ୍ଷମା ଦେବା ତୁମ ହସରୁ
ଭଲ ପାଇବା ତୁମ କୋଳରୁ
ପ୍ରଥମେ ଶିଖିଲି ମା।
ଭୁଲି ନାହିଁ ମା
ତୁମ ପ୍ରଥମ ମୁଠା ଅନ୍ନ
ଥିଲା ବଡ ସୁଆଦିଆ ।
ମଣିଷ କରେଇ ପଠେଇ ଦେଲ ହେ
ନୂଆ ଦୁନିଆକୁ
ଉଚ୍ଚା କରିବାକୁ ନିଜ ନାଆଁ ।
କାହିଁକି ମା ମୋତେ ଏତେ ବଡ କଲ
ପହଞ୍ଚିଲି ବହୁ ଦୂରେ,
ଇଚ୍ଛା ପୁଣି ହୁଏ ତୁମେ କୋଳେ ଯାଇ
ସୋଇଥାନ୍ତି ଅଚିନ୍ତାରେ ।
ଭାରି ମନେ ପଡେ ସେ କଥା ଆଜି
ଯାହା ସବୁ ହରେଇଛି,
ଅର୍ଥେ ଯଦି ଫେରି ପାଇବି କାଳେ
ପାଖେ ମୋର ବହୁ ମୂଲ୍ୟ ଅଛି।
ଯଦି କ୍ଷମା ଦେବ ତେବେ ଶାନ୍ତି ପାଇଥାନ୍ତି
ତୁମ ପାଦୁକା ସ୍ପର୍ଶରେ।
କରିଦିଅ ସତ ଏ ଦୁନିଆରୁ
ପାଇଯିବି ମୁକ୍ତି ନୀରବରେ ।