STORYMIRROR

Nilamadhab Bhuyan

Tragedy Inspirational

3  

Nilamadhab Bhuyan

Tragedy Inspirational

ଫେରି ଆସ, ମୋ ଧନ

ଫେରି ଆସ, ମୋ ଧନ

1 min
166


ସବୁ ଯେମିତି ଅସ୍ପୃଶ୍ୟ

କଣ କହି ବୁଝେଇବି

ତୋ ଭବିଷ୍ୟତ ରେ କଣ ଅଛି??


ମା ବୋଲି ତୋତେ ସବୁ ଶିଖେଇଲି।

ମୋର ଗୁରୁକୁଳ ରେ

ତୁ ସର୍ବଦା ଉତ୍ତମ ମାନର ଛାତ୍ର ହୋଇ ରହିଛୁ

କାରଣ ଯେତେ ହେଲେ ତୁ ମୋ ଉଜ୍ଜଳ ତାରା..।


ଭୁଲିଯିବି ତୁ କରିଥିବା ସବୁ ଭୁଲ କୁ,

ଭୁଲିଯିବି ତୋର ସବୁ ଅଳୀ ଅର୍ଦଳି

କାରଣ ତୁ ସବୁ ବେଳେ 

ମୋ କଥା କୁ ଅବମାନନା କରି ଆସିଛୁ।


ଛାଡ଼ି ଚାଲି ଆସ ସେ ଖରାପ ସାଙ୍ଗ ମେଳ

ଦେଖିବାକୁ ଇଚ୍ଛା ଅଛି ତୋତେ ରେ

ତୋ ବାପା ର ପୁଲିସ ୟୁନିଫର୍ମ ରେ ତୁ

ମୋ ସାମ୍ନାରେ ଦଣ୍ଡାୟମାନ

ହେବୁ ବୋଲି....।


ଫେରି ଆସ...


ତୋ ବାପା ଛାଡ଼ି ଚାଲିଗଲା ପରେ

ମୋ ଅସହାୟ ରେ ତୋତେ ମଣିଷ କରିବା

କେତେ କଷ୍ଟକର ହେଵ

ତାହା ମୁଁ ହିଁ ଜାଣେ....?


ତୁ ଯଦି ସୁଧୁରି ଯାଉ

ତେବେ ମୋର ବିଧବା ହେବାର

ଦୁଃଖ ସବୁ ଉଭେଇ ଯିବ ରେ...


ଫେରି ଆସ, ମୋ ଧନ....

ସେ ଖରାପ ପରିବେଶ ରୁ 

ଉତ୍ତମ ପରିବେଶ କୁ

ଫେରି ଆସ, ମୋ ଧନ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy