STORYMIRROR

Nilamadhab Bhuyan

Children Stories Classics Inspirational

3  

Nilamadhab Bhuyan

Children Stories Classics Inspirational

ସ୍ମୃତି...

ସ୍ମୃତି...

1 min
195


ଯେବେ ଠାରୁ ଆଖି ଖୋଲିଲି

ପ୍ରଥମ ଦୃଶ୍ୟ ରେ କେବଳ 

ତୁମ ଚେହେରା ଥିଲା..


ଚିହ୍ନା ନା ଜଣା

ସବୁ କିଛି ଅବାନ୍ତର ହୋଇ

କେବଳ ଖୋଜୁ ଥିଲି ସେ ସୁନ୍ଦର

ଆଖି ଦୁଇଟିରୁ ଖୁସିର ଆଲୋକ...


ତୁମ ଛାତି ର ଲହୁ ପିଇ ପିଇ

ମନେ ଭାବେ ଅମୃତ ସଜ୍ଜନରେ

ମୁଁ ଧିରେ ଧିରେ ବଡ ହେବାକୁ ଲାଗିଲି...


କାହିଁ କେତେ ଦୂର କୁ ଆଙ୍ଗୁଳି କରି 

ତୁମ ଦିଶା ନିର୍ଦ୍ଦେଶ ସବୁବେଳେ

ମୋ ମନେ ଉଚ୍ଚ ଅଭିଳାଷ ର ଜନ୍ମ 

ନେଉଥିଲା...


ପ୍ରଥମ ଭୂମି ସ୍ପର୍ଶ ପୂର୍ବରୁ

ତୁମ ଗୋଡ ଉପରେ ଗୋଡ଼

ରଖି ଚାଲି ଶିଖିବାର

ଖୁସି ଅନୁଭବ କରିଲି....


ଆଘାତ ହେଲେ

କୋଳେଇ ଆଣି କୋଳରେ ରଖି

ଗେଲ କରିବା

ଆଜି ଭାରି ମନେ ପଡେ...


ବାହାନାରେ କହେ 

ମୋର ଦରଦ ଅଛି ମା,,,


ସେତେବେଳେ ତୁମେ କୋଳେଇ ନେଇ 

କୋଳରେ ଶୋଇବା

ମୋ ଅଭୁଲା ଦିନ ରେ ପରିଣତ 

ହୋଇଯାଇଛି....


ଆଜି ପହଞ୍ଚି ଯାଇଛି ତୁମ ଠାରୁ

ବହୁତ ଦୂରରେ...


ତୁମର ପ୍ରତିଟି ସ୍ନେହ ବୋଳା

ଭଲ ପାଇବା ଭାବି କେବଳ 

ଦୁଃଖୀ ହେବା ଛଡ଼ା

ଅନ୍ୟ କିଛି ଉପାୟ ନାହିଁ....


ମୋତେ ଏତେ ବଡ କରିଲ କାହିଁକି

ମା...


ମୁଁ ଆଜି ଏତେ ବଡ ହୋଇଗଲି ଯେ

ତୁମ ଭଲ ପାଇବା

ମୋତେ ସ୍ବପ୍ନ ଭଳି ମନେ ହୁଏ...


ମୁଁ ପୁଣି ଚାହେଁ ସେ ପିଲା ଦିନ କୁ

ଫେରି ଯିବା ପାଇଁ...


ଆଜି ସେ ସ୍ନେହ ବୋଳା ତୁମ

ହାତ ରନ୍ଧା ଖାଇବା 

ଭାରି ମନେ ପଡେ...


କାହିଁକି ମା ମୋତେ ଏତେ ବଡ 

ହେବାକୁ ଦେଲ ???


ପୁଣି ଫେରେଇ ନିଅ ସେ ପିଲା ଦିନକୁ

କୋଳେଇ ନେଇ ଖୁସିରେ ଆଲିଙ୍ଗନ 

କରିଦିଅ,

ଭୁଲିଯିବି ସବୁ ଦୁଃଖ ଦରଦ...


ତୁମ ସହିତ କଟିଥିବା ସେ ସମୟ

କୁ ପୁଣି ଥରେ ଉପଭୋଗ କରିବାକୁ 

ଚାହେଁ ମା...


କଣ ସେ ଦିନ ପୁଣି ଫେରି ଆସିବ ?


ନା ତାହା ସ୍ଵପ୍ନ ରେ ରହିଯିବ...


ଏହି କଥା ଭାବି ତୁମକୁ ପ୍ରତିଦିନ 

ଆକାଶ ର ପୂର୍ବ କୋଣରେ ମିଞ୍ଜି ମିଞ୍ଜି

ହେଉଥିବା ତାରା ରେ ତୁମକୁ ଖୋଜେ...


ସ୍ଵପ୍ନରେ ପରିଣତ ହୋଇଗଲା ସବୁ କିଛି...


ଆଖି ରେ ଆଖିଏ ଲୁହ ନେଇ...


କେବଳ ତମ ଅନୁଭବ ହିଁ ରହି ଯାଇଛି ସ୍ମୃତି ହୋଇ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍