STORYMIRROR

Nilamadhab Bhuyan

Romance Classics Fantasy

3  

Nilamadhab Bhuyan

Romance Classics Fantasy

ଅସ୍ଥିରତା

ଅସ୍ଥିରତା

1 min
159

ତୋ ସ୍ଥିରତା 

ଆଉ ମୋ ଆବଶ୍ୟକତା

ଆଜି ଅଛି ସେ ବର୍ଷା

କିନ୍ତୁ ସମୟ ବିଡ଼ମ୍ବନାରରେ ଦୁହେଁ

ଏକା ଏକା

ନା ତୁ ମୋ ପାଖେ ନା ମୁଁ ତୋ ପାଖେ...


ଆଜି ପୁଣି ଆସି ବିଞ୍ଛି 

ଦେଇଗଲା ସେ ସ୍ମୃତିର ବର୍ଷା

ନା ଅଛି ଛତା ନା ଅଛି ଛାତ

ବହୁତ୍ ଭିଜିଲି

ନା ତୁ ଅଛୁ ନା ତୋ ମୁଣ୍ଡ ଉପରେ 

ଆବଦ୍ଧ କରିବା ମୋ ଦୁଇ ହାତ !!!


କଣ ପାଇଁ ଚାଲିଗଲୁ

ସୀମାନ୍ତର ସୀମା ଲାଙ୍ଘି,

ବିଶ୍ୱାସ ନଥିଲା ସମୟକୁ 

ହଠାତ୍ ସବୁ କିଛି ବଦଳି ଯିବ ବୋଲି

ନା ତୋର ଭୁଲ ଯୋଗୁ ନା ମୋର ଭୁଲ ପାଇଁ ???


ଆଜି ପୁଣି ଫେରିଛି ସେ ଇନ୍ଦ୍ରଧନୁ

ସାତ ରଙ୍ଗରୁ

ପ୍ରେମ ରଙ୍ଗକୁ ଫେରାଇ ମୋ ହାତରେ ସାଉଁଟି

ରଖିବାକୁ ଆଶା ଦେଖାଇଛି

କିନ୍ତୁ ତୁ ନିଶବ୍ଦ ସେ କଳା କାଚର କାର୍ ଭିତରେ

ଆଉ ମୁଁ ସେ ବସ୍ ଷ୍ଟପ୍ ରେ ଦ୍ଵିତୀୟ ନମ୍ୱର୍ ଚେୟାର ରେ...


ଫେରି ଆସେ ସେ ପୁରୁଣା ଦିନକୁ

ନା ତୁ ବଦଳିଛୁ ନା ମୁଁ,

କେବଳ ଛୋଟିଆ ଅଟହାସ୍ୟ ପାଇଁ

ଆମ ସମ୍ପର୍କରେ ଲକ୍ଷ୍ମଣ ଗାର

ପକେଇବୁ ବୋଲି କେବେ ମୁଁ ଭାବି ନଥିଲି...


ବହୁତ୍ ଲୁହ ବୋହି ଗଲାଣି

କିନ୍ତୁ ଏ ବର୍ଷାର ପାଣି ବୁନ୍ଦା 

ସବୁ ଲୁଚେଇ ଦେଉଛି

ତୁ ମଧ୍ୟ ଲୁଚାଇବାକୁ ଚେଷ୍ଟା କରୁଛୁ ନା

ମୋ ପ୍ରିୟ ଲାଲ ରୁମାଲକୁ ଧରି...


ଭାବେ ପୁଣି ମନକୁ କେତେ କଷ୍ଟ ଦେବୀ

ବର୍ଷା ଏମିତି ଆସି ଯାଉଥିବ

ଇନ୍ଦ୍ରଧନୁ ମଧ୍ୟ ଥିବ

ନା ତୁ ଥିବୁ ନା ମୁଁ ଥିବି 

ନା ଆମ ସ୍ମୃତିର ଦିନ ଆଉ ଫେରି ଆସିବ

କେବଳ ଅଧା ଭିଜା ଥଣ୍ଡାର ଅସ୍ଥିରତାର 

କମ୍ପନ ଥିବ ଏ ଶରୀରରେ

ନା ମୁଁ ଥିବି ନା ତୁ ଥିବୁ...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance