ଗୁଣ୍ଡୁଚି ମୂଷା
ଗୁଣ୍ଡୁଚି ମୂଷା
ଏକା ଏକା ବସିଥାଏ
ଗଛ ଡାଳରେ,
ଖୋଜୁଥାଏ କିଛି ପାଇବା ଆଶାରେ
କୋଉଠୁ କିଛି ମିଳନ୍ତା
ଯେଉଁଥିରେ ମୋର ଭୋକିଲା
ପେଟକୁ ମେଣ୍ଟାଇ ତାକୁ ଟିକେ
ଶାନ୍ତି ଦିଅନ୍ତି ।
ଋତୁ ଚକ୍ର ର
ଆବାହନ ରେ
ମୁଁ ଯେମିତି ଦାରିଦ୍ର୍ୟ କୁ
ଅନୁଭବ କରି ଆସୁଛି
କାଳେ କୋଉ ସ୍ଥାନରେ
ମୋ ପାଇଁ ଦାନା
ଲେଖା ହୋଇଛି
ତାହା ମଧ୍ୟ ମୋତେ ଅଜଣା ।
ନା ଖାଇବାର ସ୍ରୋତ
ନା ଖାଦ୍ୟ ର ଅନ୍ୟ ଉପାୟ
ସବୁ ଯେମିତି
ମରୁଡି ରେ ପରିଣତ ହୋଇ ଯାଇଛି ।
ହେ ମଣିଷ ଦୟା କର
କାଟ ନାହିଁ ଗଛ
ଯାହା ଆମ ପାଇଁ ସୁରକ୍ଷିତ
ଏବଂ ଆପଣଙ୍କ ପାଇଁ ମଧ୍ୟ
ଭବିଷ୍ୟତ ଉପଯୋଗୀ।
ଏହି ଗଛ ଆପଣଙ୍କ ଏକ
ଅବିଚ୍ଛେଦ୍ୟ ଅନନ୍ୟ
ସମ୍ପତ୍ତି, ଯାହାକୁ ଆପଣ
ନିର୍ଦ୍ଦୟ ଭାବରେ କାଟି ଚାଲିଛ ।
ଦିନ ଥିଲା ଏ ଗଛ
ଥିଲା ଆମ ସାହା ଭରସା
ଯେଉଁଠି ଆମେ ହସୁଥିଲୁ
ଖେଳୁଥିଲୁ କିନ୍ତୁ ତାହା ଏବେ
ଆମ ପାଇଁ ଏକ ସ୍ଵପ୍ନ ପାଲଟି ଯାଇଛି ।
ବେଳେବେଳେ କେହି କେବେ
ଦୟାଳୁ ମଣିଷ ଦେଇ ଯାଆନ୍ତି, କେବେ କିଛି
କିନ୍ତୁ ସେଥିରେ ମଧ୍ୟ ଭରଣ ପୋଷଣ
ଆମକୁ ଅଭାବ ହୋଇଯାଏ ।
ଦୟା କର ହେ ମଣିଷ
ମୋ ପାଇଁ ନହେଲେ ନାହିଁ
ଆପଣଙ୍କ ଭବିଷ୍ୟତ ପାଇଁ
ଏ ଗଛ ମାନଙ୍କୁ କାଟ ନାହିଁ ।
ସେମିତି ଦିନ ନ ଆସୁ
ଏ ପୃଥିବୀ ଉଷ୍ମତା ର
ଭୟାବହ ଆରମ୍ଭ କରି
ସେଥିରେ ସମସ୍ତ ଙ୍କୁ ଗ୍ରାସ କରିବ ।
ଆମେ ତ ଲୋପ ପାଇଲୁଣି
କିଛି ସନ୍ଧି ପରେ ଆମ ଅଂଶବିଶେଷ ମଧ୍ୟ ଲୋପ ପାଇଯିବ କିନ୍ତୁ
ସେଠୁ ଆପଣ ମାନଙ୍କ ମଧ୍ୟ ବିନାଶ
ର ଆରମ୍ଭ ହୋଇଯିବ ।
ଦୟା କର ହେ ମଣିଷ ।