STORYMIRROR

Sagarika Dash

Classics

3  

Sagarika Dash

Classics

ବସୁମତୀ ସ୍ନାନ

ବସୁମତୀ ସ୍ନାନ

1 min
28


ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ରଜ ପରବର 

ଚତୁର୍ଥ ଦିନଟି ଅଟେ ବସୁମତୀ ସ୍ନାନ 

ଧରଣୀ ରାଣୀ ରଜସ୍ଵଳା ହୋଇ 

ପୃଥିବୀକୁ କରନ୍ତି ଶସ୍ୟ ସ୍ୟାମଳ । ।।


ଚାନ୍ଦ୍ରାୟଣ ସମୟେ ମାତାଙ୍କ ଦ୍ବାରା 

ପୂଜା ପାଇଥାନ୍ତି ବସୁମତୀ ଧରା 

ବସୁମତୀ ସ୍ନାନ ପୁଲକିତ ଉଠେ 

ସୃଷ୍ଟି କୁ ନୂଆ ସମ୍ଭାର ମିଳେ । ।।


ପରିପକ୍ବ ଏବେ ଧରିତ୍ରୀ ରାଣୀ 

ସଂସାରକୁ ଦେବ ପ୍ରିୟବ୍ରତ ଆଣି 

ସବୁଜ ରଙ୍ଗରେ ରଙ୍ଗାୟିତ ହେବ 

କୁନି କୁନି ବୀଜ ହସିଉଠିବ। ।।


ପୂଜାର ସାମଗ୍ରୀ ସଜାଡିବ ମା ' 

ହଳ ,ଲଙ୍ଗଳ ର ମୁନ 

ଶିଳପୁଆ ଆଉ ସିନ୍ଦୂର ଦେଇ 

ରଖିବ ନଡ଼ିଆ ,ଗୁଆ,ଫୁଲ ଚନ୍ଦନ। ।।

ପ୍ରଥମ ଦିନରେ ପହିଲି ରଜ 

ଦ୍ଵିତୀୟ ଦିନରେ ରଜ ସଂକ୍ରାନ୍ତି 

ତୃତୀୟ ଦିନରେ ଭୂଇଁ ନ ଅଣ 

ଚତୁର୍ଥ ରେ ପୁଣି ବସୁମତୀ ସ୍ନାନ 

ଏହିପରି ହୁଏ ବିଧିବିଧାନ। ।।


ଗାଧୋଇ ପାଧୋଇ ନବବଧୂକୁ 

ସଜାଡି ଦେଉ ସଂସାର ରକ୍ଷାକୁ 

ସିନ୍ଦୂର , ଚନ୍ଦନ ଶୋହେ ଗଭାକୁ 

ଫୁଲ, ଫଳ ରାଣୀ ଭେଟି ଦେବାକୁ ।।


ଶ୍ରାବଣର ରାଜା ମୁକୁଟ ପିନ୍ଧି 

ବସୁମତୀକୁ ହାତରେ ଛନ୍ଦି 

ଭ୍ରମଣ କରନ୍ତି ମେଘ ରାଇଜେ 

ଅଦେଖା ,ଅକୁହା କେତେ ସପନ 

ଶ୍ରାବଣ ରେ ସବୁ ହୁଏ ପୁରଣ। ।।


ଗଢିଥାନ୍ତି ଏକ ନୂଆ ସଂସାର 

ଦେବତା ମାନଙ୍କ ଆଶୀର୍ବାଦରେ 

ଦିଶେ ସବୁଜିମା ପ୍ରକୃତି ଧାରେ । ।।


ବସୁମତୀ ଆମ ମା" ଘଣ୍ଟ ଘୋଡ଼ାଇ ରଖିଥା ।

ଆମେ ତା ଅବୋଧ ଛୁଆ 

ଖାଦ୍ୟ, ପାନୀୟ ଦେଇ ଅଭାବ ରଖେନି,ସେ ପରା ଲକ୍ଷ୍ମୀ ପ୍ରତିମା। ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics