STORYMIRROR

Sagarika Dash

Inspirational

4  

Sagarika Dash

Inspirational

ମାଧବ

ମାଧବ

1 min
33


ମାଧବମ୍ ମଧୂରମ୍ ମଧୂସୁଦନ 

ଶ୍ରୀ ହରି, ଶ୍ରୀ ରାମ, ଶ୍ରୀ ରଘୁନନ୍ଦନ

କଳା କୃଷ୍ଣ ନନ୍ଦବଳା ଗୋପି ବଲ୍ଲଭ 

ଦେବକୀ ସୂତ,ପରମ ଭକ୍ତ ସୀତା ପତି ହେ ରାଘବ।


 ସୁନ୍ଦରମ୍ କାକୁସ୍ଥମ୍ ହେ କରୁଣା ନିଧି 

କଂସ ବଂଶ ବିନାଶାୟ ହେ କୃପା ବାରିଧି 

ତିନି ଯୁଗେ ଅବତାର ତୁମେ ତ୍ରିକାଳ ଦର୍ଶୀ 

ତ୍ରେତୟା ରେ ରାମଚନ୍ଦ୍ର,ଦ୍ଵାପରେ ଶ୍ରୀ କୃଷ୍ଣ 

କଳିଯୁଗେ କଳ୍କୀ ରୂପେ ନାମ ବହେ ଶ୍ରୀ ଜଗନ୍ନାଥ


ସତ୍ୟ ତୁମେ ନାରାୟଣ ମୋହ ମାୟାରେ ବାନ୍ଧିଲ 

ମର୍ତ୍ତ୍ୟ ପୁରେ କେତେ ମାନବୀୟ ଲୀଳା ଖେଳା କଲ 

ରୁକ୍ମଣୀ ଙ୍କ ପତି ହୋଇ ମୀରା ପାଗଳିନୀ 

ନଳ ରାଜା ,ରାଜା ହୋଇ 

ଦମୟନ୍ତୀ ହେଲେ ଭିକାରୁଣୀ।


ନାଥ ନାଥ ଆହେ ନାଥ ଜଗତର ନାଥ 

ଜଗତକୁ ଧରିଅଛ ହୋଇ କି ଅନାଥ 

ଜଗତ କଲ୍ୟାଣ ନାମେ ସଦା ହସୁଥାଅ 

ଅନ୍ତରର କୋହ ତୁମେ ରଖି ଅଗୋଚର 

ଗାଳି ,,ରାଗ,ରୁଷା ସହିଯାଅ ସବୁ ଭକ୍ତଙ୍କର


ଦାରୁବ୍ରହ୍ମ, ଦାରୁ ଦିଅଁ ଦାରୁ ଭୂତ ମୁରାରୀ 

ସବୁ ଦୁଃଖ କଷ୍ଟ ସହି ଗଲ ସଂସାରେ ଏକାକୀ 

ସଖା ବୋଲି ନାମ ତୁମ ଜାଣେ ଏ ଜଗତ 

ପାଶୋରି ଦେଲ କି ମନୁ ଦେଇ ମତେ ବିରତ।


ମହାଭାରତରେ' ଶ୍ରୀ କୃଷ୍ଣ 

ରାମାୟଣ ରେ' ସୁନ୍ଦର ପୁରୁଷ 

କଳିଯୁଗେ ଦେଖା ଦିଅ ପ୍ରଭୁ 

ଏ ଅଧମା ର ଆତ୍ମା ହେଉ ସନ୍ତୋଷ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational