STORYMIRROR

Sagarika Dash

Fantasy

4  

Sagarika Dash

Fantasy

ଯେବେ ବର୍ଷା ଆସେ

ଯେବେ ବର୍ଷା ଆସେ

1 min
12


ଯେବେ ବର୍ଷା ଆସେ ତେବେ ଭଉଁରୀ ଦିଶେ 

କେବେ ମନ ଲାଖେ କେବେ ତୃଷ୍ଣା ମେଣ୍ଟେ 

ମେଘ ଦେଖି ମୟୂର ନାଚେ 

ଗରିବ ମନରେ ଶଙ୍କା ପଶେ ।


କୃଷକ ନାଚେ ପାଦର ତାଳେ ତାଳେ 

ସବୁଜିମା କ୍ଷେତ ପୁଲକିତ ହେବ 

ଜଳଚର ଜୀବ ଜିଇଁ ଉଠିବ ।

ଲଙ୍ଗଳ ମୁନକୁ ସଜାଡ଼ି ରଖିଛି 

ଦାଣ୍ଡରେ ବାନ୍ଧିଛି ବଳଦ ହଳେ

ଯେବେ ବର୍ଷା ଆସେ।


ନାଲି ଟୁକୁ ଟୁକୁ ସାଧବ ବୋହୂ 

ଡଗ ଡଗ ହୋଇ ଭୂଇଁ ରେ ନାଚେ

ନାନା ଜାତି କୀଟ ,ପତଙ୍ଗ 

ଜଳ ଜୀବ ଦାନ ପାଇଁ ସଜୀବ 

ନୂଆ ନୂଆ ବସା ବାନ୍ଧେ

ଯେବେ ବର୍ଷା ଆସେ।


ଦୀନ ,ହୀନ ଦୁଃଖୀ ଦରିଦ୍ର 

ଚାଳକୁ ସଜାଡ଼ି 

ଜାଳକୁ ସାଇତି, 

ଉଦାସୀ ମନରେ ମୁରୁକି ହସେ 

ଯେବେ ବର୍ଷା ଆସେ ।


ପ୍ରିୟତମା ଭିଜେ ଶ୍ରାବଣ ଧାରାରେ 

ରୂପ ଯୌବନ ଅଙ୍ଗ ଠାଣୀରେ 

ପ୍ରିୟତମକୁ ପାଖକୁ ଡାକେ 

ପ୍ରେମର ହୃଦୟ ଝରକା ଖୋଲି 

ସିନ୍ଦୂର ରଙ୍ଗରେ ଅଙ୍ଗ ତା ନାଲି 

ଯେବେ ବର୍ଷା ଆସେ। ....


ରାଧାରାଣୀ ଖୋଜେ କଦମ୍ବ ବନ 

ପ୍ରାଣ ପ୍ରିୟ ଙ୍କୁ ସେ ଦେଇଛି ମନ 

ଯମୂନା ଜଳରେ ମାଟି ତରଙ୍ଗ 

ଶାଖା ପ୍ରଶାଖା ରେ ନାନା ବିହଙ୍ଗ 

ଯେବେ ବର୍ଷା ଆସେ।.....


ଧାନ କ୍ଷେତ ଦିଶେ ନୀଳ ଢାଙ୍କୁଣି 

ନୀଳ ସବୁଜିମା ନୀଳ ଆକାଶ 

ନୀଳ ବଧୂ ପରା ଧରଣୀ ରାଣୀ 

ବନରେ ଲୁଚିଛି ବନ ହରିଣୀ 

ଯେବେ ବର୍ଷା ଆସେ।....


ବିଲ ,ଜୋଡ, ନଦୀ,ନାଳ 

କୁଳୁକୁଳୁ ଶବ୍ଦ ଦଳ

ଅଧା ବୁଡା ହୋଇ ପୋଖରୀ ଜଳରେ 

ନାଚୁଅଛି ଆମ୍ବଡ଼ାଳ 

ଯେବେ ବର୍ଷା ଆସେ।....


ଯେବେ ବର୍ଷା ଆସେ ତେବେ ବାଦଲ ଭାସେ 

ଯେବେ ବର୍ଷା ଆସେ ତେବେ ମାଟି ବାସେ 

ଯେବେ ବର୍ଷା ଆସେ,କୃଷକ ପେଡ଼ି ରୁ 

ମଞ୍ଜି ସଜାଡ଼ି ଭୂଇଁ ରେ ବିଞ୍ଚେ 

ଯେବେ ବର୍ଷା ଆସେ।...


ଶଶାଙ୍କ ଶେଖର ଲୁଚି ଲୁଚି ଯାନ୍ତି 

ବଜ୍ର,ବିଜୁଳି କୁ ଡରି 

ଓଳି ପାଣି ଗଡ଼ି ଦାଣ୍ଡରେ ମିଶୁଛି 

କୃଷକ ଯାଉଛି ପକ୍ଷିଆ ଧରି 

ଯେବେ ବର୍ଷା ଆସେ.... ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy