STORYMIRROR

Bijaya Kumar Swain

Fantasy

4  

Bijaya Kumar Swain

Fantasy

ବର୍ଷା ଋତୁରେ ପ୍ରକୃତି ଦୃଶ୍ୟ

ବର୍ଷା ଋତୁରେ ପ୍ରକୃତି ଦୃଶ୍ୟ

1 min
247


ନିଦାଘ ସମୟ ଗଲା

ବରଷା ଋତୁର ଆଗମ ହେଲା

  ଆଗମ ହେଲା ଲୋ

   ଧରଣୀ ଶୋଭା ବଢିଲା

     ମିତଣି ଲୋ।


ଋତୁ ଚକ୍ରରେ ଦ୍ଵିତୀୟ

 ଋତୁ ମଧ୍ୟେ ଅଟେ ଭାରି ସୁନ୍ଦର

   ଭାରି ସୁନ୍ଦର ଲୋ

   ମୋହେ ଚିତ୍ତ ସଭିଙ୍କର

     ମିତଣି ଲୋ।


ଆକାଶରେ କଳା ମେଘ

  ବିଜୁଳି ବଜ୍ରରେ କମ୍ପେ ଚୌ ଦିଗ

   କମ୍ପେ ଚୌ ଦିଗ ଲୋ

   ଚାଷୀର ବଢେ ଆବେଗ

    ମିତଣି ଲୋ


ଶୁଷ୍କ ତରୁ ପଲ୍ଲବୀ ଲେ

  ହସିଲେ ପାଦ ଫୁଲ ଓ ଫଳେ

   ଫୁଲ ଓ ଫଳେ ଲୋ

   ନଦୀ ଜଳେ ଉଛୁଳିଲେ।

    ମିତଣି ଲୋ।


ବରଷାରେ ଦୂର ଗିରି

  ନୟନ ମନ କୁ ନିଅଇ ହରି

ନିଅଇ ହରି ଲୋ

 ତା ଦେହୁ ବରଷା ଝରି

  ମିତଣି ଲୋ।


କଦମ୍ବ ଫୁଲର ବାସ 

  ବରଷାରାଣୀର ପାଇ ପରଶ 

  ପାଇ ପରଶ ଲୋ

ସବୁ ମନେ ଦେଲା ହସ

  ମିତଣି ଲୋ।


ସାରୁ ବୁଦା ମୂଳେ ଥାଇ

  ବେଙ୍ଗରଜା ସପ୍ତ ସ୍ୱରେରାବଇ

   ସ୍ଵରେରାବଇ ଲୋ

   ତା ଖୁସି କହି ନୁହଁଇ

  ମିତଣି ଲୋ ।


ବରଷାରେ ଜଗନ୍ନାଥ

  ରଥେ ବିଜେ ହେବେ ଜଗତ ନାଥ

   ଜଗତ ନାଥ ଲୋ

ହସିବ ସାରା ଜଗତ

  ମିତଣି ଲୋ


ଜଳ କଷ୍ଟ ଦୂର ହେଲା

  କୃଷକ ଭାଇର ଦୁଃଖ ସରିଲା

   ଦୁଃଖ ସରିଲା ଲୋ

  ତା ମୁହେଁ ହସ ଭରିଲା

  ମିତଣି ଲୋ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy