Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya kumar panda

Fantasy Inspirational

4  

Bijaya kumar panda

Fantasy Inspirational

ଶୂନ୍ୟ

ଶୂନ୍ୟ

1 min
262


ଶୂନ୍ୟ ଚାରୋଟି ପାହାଚ   

   ଶୂନ୍ୟ ଅତି ଶୂନ୍ୟ ମହାଶୂନ୍ୟ

     ପୁଣି ସର୍ବବ ଶୂନ୍ୟ

ଆଲୋକ ପ୍ରଜ୍ଞା ଚନ୍ଦ୍ର ମଣ୍ଡଳ

   ସ୍ତ୍ରୀର ଭାବନା ଜାଗ୍ରତ

     ଧରାରେ ଅନାହତ

       ପ୍ରଥମ ସୋପାନରେ ମତ ।

ଆଲୋକ ସୁୁୁୁରୂପ ଅତି ଶୂନ୍ୟ

  ଉପାୟ ସୁୁୁୁରୂପ ଭାବିଣ

    ବଜ୍ର କହଇ କଥା

     କାୟା ସାଧନ ସମୟେ

       ଅଟେ ଏହା ପୁରୁଷ ଦର୍ପଣ ।

ଅବିଦ୍ୟା ଅନ୍ତର୍ଗତ ଅର୍ଥ ଦୈତଭାବ

   ସର୍ବ କଳ୍ପରେ ଅବସ୍ଥା

     ଗ୍ରାହ ଓ ଗ୍ରାହକତା ଭାବ

        ନଥାଏ ସଂପୂର୍ଣ୍ଣ ଜ୍ଞାନ

          ତେଣୁ ଏ ବିଦ୍ୟା ନୁହେଁ ଜାଣ ।

ଶେଷ ଶୂନ୍ୟ ସର୍ବଶୂନ୍ୟ ନିର୍ବି କଳ୍ପନ ଅବସ୍ଥା

      ଗ୍ରାହ୍ୟ ଓ ଗ୍ରାହକ ସର୍ବେ ଏକାକାର

          ତିନି ଶୂନ୍ୟ ରୁ ବହୁ ପବିତ୍ରତା

             ଅନେକ ରେ ଏକ ଭାବ

               ଏଥିପାଇଁ କରିବା ସାଧନା ।

ଜ୍ୟୋତି ବ୍ରହ୍ମରେ ମିଳେ ଆଭାସ

    ଏହି ମଧ୍ୟେ ଅଛି ମହା ସୁଖ

       ପାଇବାକୁ ଯୋଗୀ ଋଷିଗଣ

          ତପସ୍ୟା କରନ୍ତି ପ୍ରତିଦିନ

             ଅଟଇ ଚିିିରନ୍ତନ ସତ୍ୟ ।

ସବୁୁୁୁଠୁଁଁ ଉଚ୍ଚରେ ସତସଙ୍ଗ୍ ଏ କଳିରେ ବଚନ

       ପାଇବ ମୁକ୍ତି ଓ ନିିର୍ବାଣ

         କର ହେ ସାହିତ୍ୟ ଆସର

            ହୋଇବ ଆମ ଲକ୍ଷ ପଥ

                ଏହି ବିିପର୍ଯ୍ୟସ୍ତ ବେଳାରବ।



Rate this content
Log in

Similar oriya poem from Fantasy