STORYMIRROR

Bijaya kumar panda

Others

3  

Bijaya kumar panda

Others

ପରିବର୍ତ୍ତନ

ପରିବର୍ତ୍ତନ

1 min
188

ଅନ୍ତରୀକ୍ଷେ ମହା ଜାଗତିକ ପିଣ୍ଡଙ୍କ ଗହଳେ

   ଖିଲି ଖିଲି ହସୁୁୁୁଥାଏ ସୌରଜଗତର ପରିବାର

ନିଜ କର୍ତ୍ତବ୍ୟ କରି ମାର୍ଗରେ ହୁୁୁଅନ୍ତି ନାହିଁ ବିଚ୍ୟୁତ

   ମହାକର୍ଷଣ ବଳେ ଅବା ଆକର୍ଷଷଣରେ ବନ୍ଧା ନିୟମ।

ଆହାଃ କି ଆବୁଡ଼ା ଖାବୁୁଡ଼ା ମରୁବାଲି ସମ ପଥ

   କ୍ଷୁଦ୍ର ବୃୃୃହତ ଶିିିଳା ରେଣୁରେ ସେ ପଥ ଆଛାଦିିିତ

କାହିଁକି ଝୁଣ୍ଟେ ନାହିଁ ଦିିିନେ ପାଳନ କରୁଛି ନିୟମ

   ଧୂମକେତୁ ଉଲ୍କା ଉଜ୍ଜ୍ୱଳ ଜ୍ୟୋତିଷ୍କ ପିଣ୍ଡ ଗୋଡ଼ିକ।

ନିିିୟମିତ ଜଳଧାରା କରୁୁୁଛିି ତୃୃଷ୍ଣା ନିବାରଣ

   ବୀଜଟି ଅଙ୍କୁରିତ ହେଉଛିି ପାଇ ନରମ ଗରମ

ତେଜ ନଥାଏ କମାଇ ସେ ସ୍ୱୟଂ ଦିିିିିବାକର

  ‌ ଦୟାକରି ରଖିିିଅଛି ଛତା ପରି ଓଜନ ସ୍ତର।

ଶୁୁୁଖି ନାହିଁ ସ୍ରୋତଶ୍ୱିନି ଶୁଭୁଚି ବିିହଙ୍ଗ କାକଳି

   ଝର ଝର ହୋଇ ଝରୁଛି ଆଜି ବି ନିର୍ଝରଣୀ

କେଉଁଁ ଆବାହମାନ କାଳରୁ ସମୀର ବୋହୁଛିି 

   ପାକ ତାପ ସାଥେ ଅଗ୍ନି ଉଦ୍ଗିରଣ ପ୍ରବାହ ହେଉଛି।

ଜଳ ସ୍ଥଳ ଆକାଶ ରେ ଭୌଗଳିକ ସ୍ଥିତି ହଜି ନି

      ଫୁୁୁଲର ମହକ ଫଳରେ ସୁୁଆଦ ରହିଛି

ସୃୃଷ୍ଟି ଓ ବିିିିନାଶ ର ଗତି ଗତାନୁଗତିକ ଅଛି

     ବୃତ୍ତି ସ୍ୱର ଛନ୍ଦ ଲୟ ତାଳ ଏକାପରି ଲାଗୁଛିି।

କିିନ୍ତୁ ଧରାରେ ଗୋଟିଏ ବଡ଼ ପରିବର୍ତ୍ତନ ହୋଇଛି

     ମାନବ ଚରିିତ୍ର ଗୁଣ କର୍ମ ଶିିକ୍ଷା ବିକଳାଙ୍ଗ ଧରିଛି

ଅହମିକା ହିିଂସା ସ୍ୱାର୍ଥ ଲୋଭ ନିର୍ଯ୍ୟାତନା ବୃଦ୍ଧି ପାଇଛିିି

  ଆଧ୍ୟାତ୍ମିକ ନୈତିକତା ଦୂରେ ପ୍ରକୃତି ସହିତ ଖେଳୁଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍