STORYMIRROR

Bijaya kumar panda

Inspirational Others Children

4  

Bijaya kumar panda

Inspirational Others Children

ବାପା

ବାପା

1 min
199

ହେ ବାପା ହେ ବାପା

ତୁମେ ସୃଷ୍ଟି କର୍ତ୍ତା ତୁମେ ଅନ୍ନଦାତା 

ମୋ ପାଇଁ ଚଳନ୍ତି ଠାକୁର,

ସହିଅଛ କେତେ ଘାତ ପ୍ରତିଘାତ

ପ୍ରତିକୂଳ ସ୍ରୋତରେ କରିଛ ବଡ଼।

ଉପହାର ଦେଇ ଖୁୁସି ହୋଇଥିଲ

କୁଆଁ କୁଆଁ ରାବ ଶୁଣି

ହାତଧରି ମୋର ଚାଲି ଶିଖାଇଲି

କଣ୍ଟକିତ ପଥେ ରଖି ଗୋଲାପ।

ପେଟେ ଓଦାକନା ଓଠେ ମିଠା ହସ

ଓଷା ବ୍ରତ ପାଳି ଅଝଟ ସହିଛ

ରାଗ ଅଭିମାନେ କଷଣ ଦେଇଛି

ବାତ୍ସଲ୍ୟ ମମତା ଭରିଣ ଅଛ।

ଶିକ୍ଷା ଦୀକ୍ଷା ଦେଇ ସଂସ୍କାର ଭରିଲ

ଅଭାବ ମଧ୍ୟରେ କିିିପରି ହସ

ସନ୍ତାନ ମୁଖରେ ହସ ଭରିବାକୁ

ଦିନରାତି ଏକ କରିିିିିଦେଇଛ।

ସପନ ଦେଖି ମୁଁ ଉଠିପଡେ ଯେବେ

ହୃଦୟରେ ନେଇ ଜାବୁଡ଼ି ଧର

ଚାଲୁ ଚାଲୁ ଯଦି ଝୁଣ୍ଟି ପଡ଼େ କେବେ

ମାନି ନଥାଅ ସ୍ଥାନ ଓ କାଳ।

ପିଲାବେଳେ କେତେ ଈଶାରା ବୁଝିଛ

ବୁଝି ପାରୁୁୁନି ଏବେ ଯେତେ କହୁୁୁଛ

ସଫଳ ହେଇଛିି ସେ ଅନୁଶାସନ

ରହିଥିଲା ତହିଁ ପୁରି ମିଠା ରସ।

ଆକାଶ ଠୁ ବଡ଼ ସାଗରୁ ଗଭୀର

ତୁମ ସମ କେହି ନାହିଁ ଧରାର

ତ୍ୟାଗ ନିଷ୍ଠା ବଳେ ଧର୍ମକୁ ପାଳିଲ

ଜ୍ୟୋତ୍ସ୍ନା ଠୁ ଶୀତଳ ତୁମରି ରାଗ।

ଆମ ଖୁସି ପାଇଁ ସବୁ ଶ୍ରମଦାନ

ନିଜ ଦେହ ପ୍ରତି ନିଘା ନ ରଖିଛ

ଏହି ଲୋଭ ଦିଏ କେତେ ପୁଣି ଦୁୁଃଖ

ସୀମାନ୍ତ ପ୍ରହରୀ ମୋ ପାଇଁ ସାଜ।

ତୁମେ ମୋ ସାହସ ତୁମେ ବିଶ୍ଵାସ

ପ୍ରତିଯୋଗିତାରେ ତୁମେ ଉତ୍ତର

ଭରିଦିଅ ମନେ ତୁମରି ସେ ଗୁଣ

କିମିିିିଆଁଁ କି ଅଛି ତୂଳୀରେ ତୁମର।

ବାପ ଥିବା ପୁଅ ସଭାରେ ହାରେନା

କାହାପାଇଁ ତାର ନଥାଏ ଡର

ଅନେକ ଯାତନା ଏବେବି ସହୁଛ

ଶପଥ ନେଉଛିି କରିିିିବି ଦୂର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational