STORYMIRROR

Bijaya kumar panda

Classics Inspirational Thriller

3  

Bijaya kumar panda

Classics Inspirational Thriller

ଦୈବୀ ଶକ୍ତି

ଦୈବୀ ଶକ୍ତି

1 min
196

ଦୁଇ କର ଯୋଡ଼ି ନମଇଁ ଯାହାକୁ ସେହି ପରା ଦୈବୀ ଶକ୍ତି

ବୃକ୍ଷର ପତର ହଲେ ନାହିଁ କେବେ ନ ନେଇ ତାଙ୍କ ଅନୁୁୁମତିି

ଯେଉଁ ଶକ୍ତି ବଳେ ଏ ପାଣିି ପବନ ସୂର୍ଯ୍ୟ ଚନ୍ଦ୍ର ଆତ ଯାତ

ସେହି ଦୈବୀ ଶକ୍ତି ଯୁଗେ ଯୁଗେ ଅଛି ଧର୍ମର କରେ ସ୍ଥାପନ।

ଗୀତା ଭାଗବତ ପୁରାଣ ଶାସ୍ତ୍ରରେ ବର୍ଣ୍ଣନା କେତେ ହୋଇଛିି

ଏ ଛାର ଅଧମ କି ଅବା ବର୍ଣ୍ଣିବ ଆଦି ଅନ୍ତ ଯାର ନାହିଁ।

ଗନ୍ଧମାର୍ଦ୍ଦନ କୁ ସାମାନ୍ୟ ବାନର ଟେକି ନେଇଗଲା ଉଡ଼଼ିି

ସାତ ସହସ୍ର କୋଶ ପର୍ବତ ଲଙ୍ଘି ଠାବ କଲେ ଠାକୁରାଣୀ।

ନଳ ହାତ ଲାଗି ଭାସେ ସେ ପଥର ଏ ପରା ଦୈବୀ ଶକତି

ଯଜ୍ଞେ ଚରୁ ଖାଇ ଦଶରଥ ପତ୍ନୀ ହୋଇଥିଲେ ଗର୍ଭବତୀ।

କେଡ଼େ ବକଟେ ସେ ପ୍ରହଲ୍ଲାଦ ରକ୍ଷାସଙ୍କ ଠାରୁ ପାଇଲା ମୁକ୍ତି

ନର ଦେହ ଧରି ବାମନ ରୂପେ ତ୍ରିଲୋକରେ ପାଦ ଗଲା ଆବୋରି।

କ୍ଷୀର ସହ ପ୍ରାଣ ନେଲେ ପୁତନା ର ସାମାନ୍ୟ ବାଳକ ହୋଇ

ଧର୍ମ ରକ୍ଷା ପାଇଁ ପାଣ୍ଡବ ଜିତିଲେ ମହା ମହା ରଥୀ ଥାଇ।

ଜୟଦେବ ପଦ ପୂରଣ କରିଲେ ନାରୀଙ୍କୁ ସମ୍ମାନ ଦେଇ

ଗଜ ଉଦ୍ଧାରିିିଣ ସେ ବେଶ ଧରିଲେ ଦାସିଆ ବାଉରୀ ନଡ଼ିଆ ନେଇ।

ପରଦୁଖେ ସଦା କାନ୍ଦୁୁୁୁୁଥିବ ତୁହି ‌ଉତ୍ତମ ଚରିତ୍ର ଗୁୁଣକୁ ଧରି

ସାଧନା ସହିତ ପୂଜା ପାଠ କଲେ ମିିିିଳିଥାଏ ଦୈବୀ ଶକ୍ତି।

ସତ୍ୟ ଶାନ୍ତି ପଥେ ଆଗଭର ହେଲେ ସଂସାରୁୁ ପାଇବ ମୁୁକ୍ତି

ଯେଉଁ ଗୁଣ ବଳେ ପତିିଙ୍କ ଜୀବନ ପାଇଥିଲେ ସତୀ ସାବିତ୍ରୀ।

ତୁଣ୍ଡରେ ତୋହର ସେହି ନାମ ଆସେ ଯେବେ ତୁ ପଡ଼଼ୁ ଝୁଣ୍ଟି

ବିପଦ ଆପଦେ ହୁଅନ୍ତି ସହାୟ କରିିିଥିଲେ ଜପାମାଳୀ।

ଅନ୍ତିମ ଅନନ୍ତ ଅଟେ ଦୈବୀ ଶକ୍ତି ଯୋଗମାୟା ଆଚ୍ଛାଦିତ ରଖିିିଛି

ଆଶ୍ରିତ ହୋଇଲେ ପାଇ ଦିିବ୍ୟଜ୍ଞାନ ସଂସାରେ ହୋଇବୁ ପାରିି।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics