ଜୀବନରେ ଜୀବନ
ଜୀବନରେ ଜୀବନ
ଜୀବନରେ ଜୀବନ କେତେ ହିନିମାନ
ଅନ୍ତରେ କାନ୍ଦୁ ତୁହି ଓଠ ଚୁମେ ହସ
ସତ୍ୟ ମୁଖା ତଳେ କେତେ କହୁଚୁ ମିିିଛ
କୃତିତ୍ବ ହେବାରୁ ଆଜି ଭୁଗୁଛୁ କଷଣ।
ଛାଡି ନିଜ ଧର୍ମ ପର ଧର୍ମେ ଗଲେ
ବଇରୀ ସାଜିବ ତୋର ମନ ଇନ୍ଦ୍ରିୟ
ଆତ୍ମା ଯେ ଅମର ସେ ନାରାୟଣ
ଏହି ସମୟରେ ବୁଦ୍ଧି ଜାଗ୍ରତ କର।
ସଂସାର ବନ୍ଧନ ତୋହର କରମ
ଦରକାର ନାହିଁ ହେବା ସାଧୁସନ୍ଥ
ସୁଚାରୁରୂପରେ ପାଳ ପରିବାର
ସରଗରେ ତୋତେ ମିିିିଳିବ ସ୍ଥାନ।
ବଡ଼ିମା ଦେଖାଇ ସଦା ଗୁୁରୁୁ ନଧରିଲ
ପିତାମାତାଙ୍କୁ ଯେ ଅବହେଳା କଲ
ସାହି ପଡ଼ୋଶୀ ରେ ଖେଳାଇ ଆତଙ୍କ
ଧରାକୁ ସରାରେ କଲ ପରିିିଣତ।
ଟିକି ଘାସ ଟିଏ ବଡ଼ ସରାଗରେ
କେତେ ପ୍ରାଣୀଙ୍କର ପୋଷେ ପେଟ
ଏତେ ବଡ଼ ହୋଇ ପରୋଉପକାରେ
ଦିନେ ନବଢ଼ିଲା ତୁୁୁମରିି ହାତ।
ଲଜ୍ୟା ଭୁୁୁୁୁଲିଗଲ ପରନିନ୍ଦା କଲ
ପରିଶ୍ରମ ଛାଡ଼ି କୁଢ଼଼ିିିଆ ହୋଇଲ
ଦେଖି ଦିବା ସ୍ଵପ୍ନ ଅହଂକାରୀ ହୋଇ
ସଞ୍ଚୟ କରିଲ ଯେତେ ସେ କଳାଧନ।
ମାତୃଭୂମି ମାତୃଭାଷା ଭୁଲିିଗଲ
ପ୍ରାକୃତିକ ଶୋଭା ଲୁଣ୍ଠନ କଲ
ତେଣୁ ଏ ଦୁର୍ଦ୍ଦଶା ମନରେ ଛନକା
ସତେ କି ସମାଜ ପାଇବ ଧ୍ବଂସ।
କାମନା ବାସନ ପୁରା ନ ହୋଇବ
ଏପିଣ୍ଡରେ ପ୍ରାଣ ଥିବ ଯେତେଦିନ
ସଂଯମୀ ହୋଇ ତୁ ତପ ଆଚରିିିିଲେ
ପୂର୍ଣ୍ଣତା ଲଭିିବ ଏ ଦୁୁଲ୍ଲଭ ଜୀବନ।
ଜୀବନରେ ଜୀବନ ତୁ କେତେ ହିିିିନିମାନ ।
