STORYMIRROR

Bijaya kumar panda

Inspirational Others Children

3  

Bijaya kumar panda

Inspirational Others Children

ପଠନ ଏକ ମହୋଷଧି

ପଠନ ଏକ ମହୋଷଧି

1 min
161

ଆଧୁନିକ ଚାକଚକ୍ୟ ଜଗତରେ

ସ୍ୱାସ୍ଥ୍ୟରେ ଅବକ୍ଷୟ ହୋଇଛି ମହୀରେ

ବିିଜ୍ଞାନର କୌଶଳେ ସିନା ଆଗେଇଛୁ

ସାର ବିଷ ବ୍ୟବହାରେ ସବୁ ହଜିଯାଇଛୁ।

ରୋଗର ନିଦାନରେ କେତେ ଚିରା କଟା 

ପଥିର ସେବନରେ ବିତେ ଆମ ଦିିିିିିନଟା

ତେଣୁୁ ହେ ଦୁୁର୍ଲ୍ଲଭ ଜୀବନ--------

ଡହଳେ ବିକଳେ ନ ବଞ୍ଚିବା ପାଇଁ

ପ୍ରତିଦିନ ଲେଖ ଓ ପଢ଼ କିଛି ବହି।

ପଢ଼ିଲେ ଜ୍ଞାନର ଅଧିକାରୀ ହୋଇବ

ଅବସାଦ ଠାରୁ ଆମେ ଦୂରେଇ ଯିବ

ମାଂସ ପେଶୀର ଯନ୍ତ୍ରଣା ପାଇବ ହ୍ରାସ

ଶୀଘ୍ର ନିିଷ୍ପତି ଧାରଣାରେ ବିକାଶ ହେବ।

ହୃୃଦୟ ସ୍ପନ୍ଦନ ପୁଣି କରେ ସୁୁସ୍ଥ ମନ୍ଥର

ସ୍ମୃୃତି ଶକ୍ତି ସହି ଧି-ଶକ୍ତିିିିିର ହୁଏ ବିକଶିତ

ସେହି ଆଇନାରେ ଦେଖିଥାଉ ଏ ସମାଜ

ଲେଖିବା ଓ ପଢିବା ଆମେ ନିିିୟମିିିିିିତ।

 ଜୀବନର ପଥ ହେବ କେତେ ସୁୁୁଗମ

ବଜ୍ର ସମ ଏ ଶରୀର ଟାଣ ହୋଇବ 

ପୌରାଣିକ ଐତିହାସିକ ସାମାଜିକ ଗୁଣ

ଲେଖିବା ପଢ଼ିବାରେ ମିଳିଥାଏ ଜ୍ଞାନ।। 



Rate this content
Log in

Similar oriya poem from Inspirational