ସୈନିକ ମୁଁ ସୀମାନ୍ତ ଯୋଦ୍ଧା
ସୈନିକ ମୁଁ ସୀମାନ୍ତ ଯୋଦ୍ଧା


ମୁଁ ସୀମାନ୍ତ ଯୋଦ୍ଧା ବୀର ସଇନିକ
ବୀରତା ମୋ ପରିଚୟ
ଜନମ ମୋହର ଦେଶ ସେବା ପାଇଁ
ମରିବାକୁ ନାହିଁ ଭୟ ।
ଶତ୍ରୁର ଗୁଳିକୁ ଖାତିରି ନ କରି
ସୀମାରେ କରେ ମୁଁ ଯୁଦ୍ଧ
ପଛ ଘୁଞ୍ଚା ନାହିଁ ଏ ବୀର ଜାତକେ
ଅସ୍ତ୍ର ଶସ୍ତ୍ରେ ସ୍ୱୟଂସିଦ୍ଧ ।
ଦେଶପ୍ରେମ ବହ୍ନି ହୃଦୟରେ ଜାଳି
ରଖିବି ଜାତିର ଟେକ
ନିପାତ କରିବି ମୋ ଦେଶରୁ ଶତ୍ରୁ
ସାଜି କି' ଦେଶ ରକ୍ଷକ ।
ପ୍ରାଣ ଠାରୁ ବଳି ଅଟେ ମାତୃଭୂମି
ଏକଥା ରଖିବି ଧ୍ୟାନ
ସେବା ପାଇଁ ତା'ର ଗଲେ ପଛେ ଯାଉ
ମୋର ଏ ତୁଚ୍ଛ ଜୀବନ ।
ସୈନିକ ବୋଲି ମୁଁ ଗର୍ବେ କହୁଅଛି
ଫୁଲାଇ ମୋହର ଛାତି
ଉଜାଗର ରହି ସୀମାରେ ଜଗିବି
ନ ମାନି ଦିନ କି' ରାତି ।