Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Romance

4  

Rama chandra Pradhan

Romance

ପ୍ରେମ ଓ ପ୍ରତୀକ୍ଷା

ପ୍ରେମ ଓ ପ୍ରତୀକ୍ଷା

1 min
363


ପ୍ରତୀକ୍ଷାର ମଜା ନିଆରା ଅଟଇ

ଦୁଇ ପ୍ରେମୀ ଏକ ହେଲେ

ମନ ମରୁବନେ ପୀରତିର ଝର

ପ୍ରଣୟ ଫୁଆର ଖୋଲେ l

ପ୍ରତୀକ୍ଷା କୋଳରେ ପ୍ରେମ ପରିଭାଷା

ମନେ ଭରିଦିଏ ଖୁସି

ବିଗତ ଦିନର ସ୍ମୃତି ଫରୁଆରେ

ପ୍ରେମରଙ୍ଗ ଯାଏ ନେସି l

ବିକ୍ଷିପ୍ତ ମନର ଭାବନା ରାଇଜେ

ଯବନିକା ପଡ଼ିଯାଏ

ମନ ଗହନର ନିଭୃତ କୋଣରେ

ସ୍ମୃତି କାନି ପାରି ଶୁଏ l

ଭୋକଶୋଷ ମରି ନିଦ ହଜିଯାଏ

ପ୍ରତୀକ୍ଷାରେ ହେଲେ ବାଧା

ଉଜୁଡ଼ା ମନର ସାଇତା ସପନ

ଆପେ ରହିଯାଏ ଅଧା l

ପ୍ରତୀକ୍ଷାର ଅନ୍ତେ ମିଳଇ ଆନନ୍ଦ 

ହୃଦୟେ ପ୍ରେମ ବରଷି

ତ୍ୟାଗ ସମର୍ପଣେ ପ୍ରେମଟା ହସଇ

ପ୍ରତୀକ୍ଷା ରଥରେ ବସି l

ପ୍ରେମରେ ପ୍ରତୀକ୍ଷା ପ୍ରତୀକ୍ଷାରେ ପ୍ରେମ

ଏଇତ ସମ୍ପର୍କ ଖେଳ

ନିଃସ୍ଵାର୍ଥ ମନରେ ଭଲପାଅ ସର୍ବେ

ସାଉଁଟି ପ୍ରେମର ଫଳ l



Rate this content
Log in

Similar oriya poem from Romance