Rama chandra Pradhan

Abstract

4  

Rama chandra Pradhan

Abstract

ସ୍ୱର ବର୍ଣ୍ଣରେ ଜଗନ୍ନାଥ

ସ୍ୱର ବର୍ଣ୍ଣରେ ଜଗନ୍ନାଥ

1 min
13



ଅ-ଅନାଥର ନାଥ ହେ କଳା ଗୋସାଇଁ

  ଧନ୍ୟ ତୁମ ଲୀଳା ଖେଳା

ଆ-ଆସରାଟେ ହୋଇ ତୁମେ ନ ଆସିଲେ

   ବୁଡ଼ିବ ସଂସାର ଭେଳା l

ଇ-ଇଚ୍ଛାରେ ତୁମର ଚାଲେ ଏ ଜଗତ

  ତୁମ ବିନୁ ନାହିଁ ଗତି

ଈ-ଈଷିତ ଆଜ୍ଞାରେ ତୁମେ କରି ପାର

   ଏ ଧରାରେ ଦିନରାତି l

ଉ-ଉଡୁଛି ବୋଲି ତ ଶ୍ରୀମନ୍ଦିରେ ଆଜି

  ପତିତପାବନ ବାନା

ଊ-ଊଣା ହେଉ ନାହିଁ ତୁମରି କରୁଣା

   ମିଳୁଛି ପେଟକୁ ଦାନା l

ଋ-ଋତୁ ପରି ତୁମେ ବଦଳାଅ ବେଶ

   ସଭିଙ୍କୁ ଚକିତ କରି

ୠ-ୠକାର ଭୈରବ ତୁମ ଅବତାରେ 

   ସଭିଏଁ ଯାଆନ୍ତି ଡରି l

ଏ-ଏକ ବର୍ଣ୍ଣି ପୁଷ୍ପେ କି' ସୁନ୍ଦର ଦିଶେ

   ତୁମ କଳା କଳେବର

ଐ-ଐର ବିନାଶକ ହେ ଦୁଃଖ ନାଶନ

   ତୁମେ ଥିଲେ ନାହିଁ ଡର l

ଓ-ଓଡ଼ିଆ ମାଟିର ବରଣ୍ୟ ଠାକୁର

  ଭକ୍ତବନ୍ଧୁ ଜଗନ୍ନାଥ

ଔ-ଔଜସିକ ଭଳି ତେଜିଆନ୍ ତୁମେ

   ସୁଗମ ତୁମରି ପଥ ।।


Rate this content
Log in

Similar oriya poem from Abstract