ସମୟ ବଡ଼ ବଳବାନ
ସମୟ ବଡ଼ ବଳବାନ


ବେଳ ଥାଉ ପିଲେ ହୁଅ ସାବଧାନ
ନ କରି ସମୟ ନଷ୍ଟ
ସମୟକୁ ତୁମେ କଲେ ଅପଚୟ
ଭବିଷ୍ୟେ ପାଇବ କଷ୍ଟ ।
ପୂରୁବ ଦିଗରେ ସୂରୁଜ ଉଇଁଲେ
ସକାଳୁ ସଅଳ ଉଠ
ଅଳସୁଆ ପରି ଶେଜେ ପଡ଼ିରହି
କରନାହିଁ ଆଉ ମଠ ।
କାକ ପରି ସ୍ନାନ ବକ ପରି ଧ୍ୟାନ
ଜୀବନରେ ଅନୁସରି
ଶ୍ଵାନ ପରି ନିଦ୍ରା ଶୟନେ ଆଦରି
ଦୌଡ଼ ସଦା ଅଶ୍ୱ ପରି ।
ଗୁରୁଜନ କଥା ହୃଦୟରେ ଭାଳି
ସମୟକୁ କର ଢାଲ
ସମୟ ସାଥିରେ ହୋଇ ପଥଚାରୀ
ଆଗକୁ ଆଗେଇ ଚାଲ ।
ସମୟ ଅଟଇ ବଡ଼ ବଳବାନ
ଏ କଥାଟି ମନେରଖ
ସମୟକୁ କରି ସଦ୍ ଉପଯୋଗ
ଜୀବନରେ କିଛି ଶିଖ ।