ଆମ ସମ୍ବିଧାନ
ଆମ ସମ୍ବିଧାନ
ନୀତି ନିୟମର ମହାଗ୍ରନ୍ଥଟିଏ
ଭାରତୀୟ ସମ୍ବିଧାନ
ଅଧିକାର ଆଉ କର୍ତ୍ତବ୍ୟ ସାଧନେ
ମହାନ ତା' ଅବଦାନ ।
ଶୃଙ୍ଖଳା ଶାସନ ଧାରା ଅବଚ୍ଛେଦେ
ପ୍ରଣିତ ଏ ସମ୍ବିଧାନ
ହିନ୍ଦୁ ମୁସଲିମ୍ ଜୈନ ଖ୍ରୀଷ୍ଟିଆନ୍
ସଭିଏଁ ଏଠି ସମାନ ।
ଆମ ସମ୍ବିଧାନେ ଲିପିବଦ୍ଧ ଅଟେ
ଛ'ଟି ମୌଳିକ ଅଧିକାର
ବିଶ୍ୱରେ ରହିଛି ଯେତେ ସମ୍ବିଧାନ
ସବୁଠାରୁ ସିଏ ସାର ।
ଧାରା ତିନି ଶହ ପଞ୍ଚାନବେ ଗୁନ୍ଥା
ଆମ ଏ ନୀତି ପୁସ୍ତକ
ବାଇଶିଟି ସ୍ତମ୍ଭେ ଲେଖି ଭୀମରାଓ
ସାଜିଥିଲେ ତା' ଜନକ ।
ଧର୍ମ ନିରପେକ୍ଷ ଅବା ସାର୍ବଭୌମ୍ୟେ
ସଭିଙ୍କୁ କରେ ସେ ବଶ
ସଂଘୀୟ ଗଠନେ ଐକ୍ୟ ରକ୍ଷାକରି
ମନରେ ଭରେ ସାହସ ।
ଆମ ସମ୍ବିଧାନ ଅଟଇ ସୁଦୀର୍ଘ
ଗଣତନ୍ତ୍ରେ ସ୍ୱତନ୍ତ୍ରତା
ବୈଶିଷ୍ଟ୍ୟ ତାହାର ସର୍ବଦା ମହାନ
ନୀତି ଶିକ୍ଷା ପବିତ୍ରତା ।
ମାନବିକତାର ଶ୍ରେଷ୍ଠ ପରିଚୟ
ଅହିଂସା ଯାହାର ପ୍ରାଣ
ନୀତି ଆଦର୍ଶର ମୂଳମନ୍ତ୍ରେ ଭରା
ଆମର ଏ ସମ୍ବିଧାନ ।